Get Updates
Get notified of breaking news, exclusive insights, and must-see stories!

ମେ ୧୪ରେ ପିଏମ ମୋଦି ଭରିବେ ନାମାଙ୍କନ, ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତି କରିଲା ବିଜେପି

ବାରଣାସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୪ ତାରିଖରେ ବାରାଣାସୀ ଲୋକସଭା ଆସନରୁ ତାଙ୍କର ନାମାଙ୍କନ ଦାଖଲ କରିବେ । ଲଗାତାର ଦୁଇଥର ରେକର୍ଡ ଭୋଟ୍ ସହ ପିଏମ ମୋଦୀ ଏହି ଆସନରେ ଜିତିଛନ୍ତି, ଏବେ ସେ ପୁଣିଥରେ ଏହି ଆସନରୁ ହ୍ୟାଟ୍ରିକ୍ ମାରିବା ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତାଙ୍କ ସହ ପ୍ରତିଦ୍ୱନ୍ଦିତା କରୁଛନ୍ତି କଂଗ୍ରେସର ଅଜୟ ରାୟ ଏବଂ ଅନ୍ୟ କେତେକ ଏହି ଆସନରୁ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଛିଡା ହୋଇଛନ୍ତି । ମୋଦିଙ୍କ ନାମାଙ୍କନ ଭରିବା କାର୍ଯ୍ୟକ୍ରମକୁ ଭବ୍ୟ କରିବା ଲାଗି ବାରାଣାସୀରେ ବିଜେପି ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରାଣାସୀ କାର୍ଯ୍ୟକ୍ରମ ୧୩ ରୁ ଆରମ୍ଭ ହେବ । ସର୍ବପ୍ରଥମେ, ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୧୦:୦୦ ରେ ପାଟଣାର ଗୁରୁଦ୍ୱାର ଗସ୍ତ କରିବେ, ଏହା ପରେ ସେ ସକାଳ ୧୦:୩୦ ରେ ହାଜିପୁରରେ ଏକ ବିରାଟ ସମାବେଶକୁ ସମ୍ବୋଧିତ କରିବେ । ତା'ପରେ ଅପରାହ୍ନ ୧୨:୦୦ ରେ ମୁଜାଫରନଗର, ୨:୩୦ ରେ ସରଣ ଏବଂ ସନ୍ଧ୍ୟା ୫ ରେ ବାରାଣାସୀ ଯିବେ ।

Narendra modi

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ବଡ ରୋଡ୍ ସୋ ମଧ୍ୟ ବାରାଣାସୀରେ ଅପରାହ୍ନ ୫ ଟା ରେ ହେବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ପରଦିନ ଅର୍ଥାତ୍ ୧୪ ମଇରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଅସି ଘାଟକୁ ଯିବେ । ସକାଳ ୧୦:୧୫ ରେ ସେ କାଲ ଭୈରବ ମନ୍ଦିର ପରିଦର୍ଶନ କରିବେ, ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ସେ ମଧ୍ୟ ସକାଳ ୧୧: ୪୫ ରେ ଏନଡିଏ ନେତାଙ୍କ ସହ ନିର୍ବାଚନ ବୈଠକ କରିବାକୁ ଯାଉଛନ୍ତି । ପ୍ରତ୍ୟେକ ବଡ ନେତା ଏହି ସଭାରେ ଉପସ୍ଥିତ ରହିବେ ଏବଂ ପରବର୍ତ୍ତୀ ରଣନୀତି ଉପରେ ଆଲୋଚନା କରାଯିବ ବୋଲି ଶୁଣାଯାଉଛି । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ୧୧:୪୦ ରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବାକୁ ଯିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+