ଜାନୁଆରୀ ୧୮ ରେ ସ୍ୱାମିତ୍ଵ ଯୋଜନା ଅଧୀନରେ ସମ୍ପତ୍ତି ମାଲିକଙ୍କୁ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କରିବେ ପ୍ରଧାନମନ୍ତ୍

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୮ ତାରିଖ ଅପରାହ୍ନ ପ୍ରାୟ ୧୨.୩୦ ରେ ୧୦ଟି ରାଜ୍ୟ ଏବଂ ୨ ଟି କେନ୍ଦ୍ର ଶାସିତ ଅଞ୍ଚଳର ୨୩୦ରୁ ଅଧିକ ଜିଲ୍ଲାର ୫୦,୦୦୦ ରୁ ଅଧିକ ଗ୍ରାମର ସମ୍ପତ୍ତି ମାଲିକମାନଙ୍କୁ ସ୍ୱାମିତ୍ଵ ଯୋଜନା ଅଧୀନରେ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କରିବେ ।

ସର୍ବେକ୍ଷଣ ପାଇଁ ଅତ୍ୟାଧୁନିକ ଡ୍ରୋନ୍ ଜ୍ଞାନକୌଶଳ ମାଧ୍ୟମରେ ଗାଁର ଜନବସତି ଅଞ୍ଚଳରେ ଘର ଥିବା ପରିବାରଗୁଡ଼ିକୁ 'ରେକର୍ଡ ଅଫ୍ ରାଇଟ୍ସ' ପ୍ରଦାନ କରି ଗ୍ରାମୀଣ ଭାରତର ଅର୍ଥନୈତିକ ପ୍ରଗତିକୁ ବଢ଼ାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ସ୍ୱାମିତ୍ଵ ଯୋଜନା ଆରମ୍ଭ କରିଥିଲେ।

ଏହି ଯୋଜନା ସମ୍ପତ୍ତିର ମୁଦ୍ରାକରଣ ଏବଂ ବ୍ୟାଙ୍କ ଋଣ ମାଧ୍ୟମରେ ସଂସ୍ଥାଗତ ଋଣକୁ ସକ୍ଷମ କରିବାରେ ମଧ୍ୟ ସାହାଯ୍ୟ କରିବ। ଏହା ସହିତ ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ହ୍ରାସ; ଗ୍ରାମାଞ୍ଚଳରେ ସମ୍ପତ୍ତି ଏବଂ ସମ୍ପତ୍ତି ଟିକସର ଉନ୍ନତ ଆକଳନ କରିବା ଏବଂ ବ୍ୟାପକ ଗ୍ରାମସ୍ତରୀୟ ଯୋଜନାକୁ ସକ୍ଷମ କରିବାରେ ସହାୟକ ହେବ।

୩.୧୭ ଲକ୍ଷରୁ ଅଧିକ ଗାଁରେ ଡ୍ରୋନ୍ ସର୍ଭେ ଶେଷ ହୋଇଛି, ଯେଉଁଥିରେ ୯୨% ଟାର୍ଗେଟ ରହିଥିବା ଗାଁକୁ ଅନ୍ତର୍ଭୁକ୍ତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧.୫୩ ଲକ୍ଷରୁ ଅଧିକ ଗାଁ ପାଇଁ ପ୍ରାୟ ୨.୨୫ କୋଟି ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି।

SVAMITVA Scheme

ପୁଡୁଚେରୀ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ତ୍ରିପୁରା, ଗୋଆ, ଉତ୍ତରାଖଣ୍ଡ ଏବଂ ହରିୟାଣାରେ ଏହି ଯୋଜନା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଛି। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ଏବଂ ଅନେକ କେନ୍ଦ୍ରଶାସିତ ଅଞ୍ଚଳରେ ଡ୍ରୋନ୍ ସର୍ଭେ ଶେଷ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+