ଆସନ୍ତାକାଲି ୨୨ତମ ଏସିଆନ ଭାରତ ସମ୍ମିଳନୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତକାଲି ୨୨ତମ ଏସିଆନ୍ - ଭାରତ ସମ୍ମିଳନୀରେ ଆଭାସି ମାଧ୍ୟମରେ ଯୋଗଦେବେ । ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର୍ ଇବ୍ରାହିମ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ସମ୍ମିଳନୀର ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛାବାର୍ତ୍ତା ପଠାଇଛନ୍ତି । ଆସିଆନ୍-ଭାରତ ରଣନୈତିକ ଭାଗିଦାରୀତା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ଦ୍ୱିପକ୍ଷିକ ପ୍ରତିବଦ୍ଧତାକୁ ମଧ୍ୟ ଶ୍ରୀ ମୋଦୀ ସୁନିଶ୍ଚିତ କରିଛନ୍ତି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏସୀୟ ନେତାମାନେ ମିଳିତ ଭାବେ ଆସିଆନ୍- ଭାରତ ସମ୍ମିଳନୀର ବିକାଶ ସମ୍ପର୍କରେ ସମୀକ୍ଷା କରିବା ସହିତ ବ୍ୟାପକ ରଣନୈତିକ ଭାଗିଦାରୀ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବେ ।












Click it and Unblock the Notifications