୨୦୩୦ ପର୍ଯ୍ୟନ୍ତ ବୃଦ୍ଧି ହେଲା ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା, ଏଣିକି ପ୍ରଥମ ପର୍ଯ୍ୟାୟରେ ପାଇପାରିବେ ଏତିକି ଟଙ୍କା ଋଣ

କେନ୍ଦ୍ର କ୍ୟାବିନେଟ୍ ଆଜି ପି.ଏମ୍. ସ୍ୱନିଧି ଯୋଜନାର ପୁନର୍ଗଠନକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏଥିସହ କ୍ୟାବିନେଟ୍‌ ୨୦୩୦ ମସିହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଋଣ ଅବଧୂକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ଏହା ୨୦୨୪ ମସିହା ଡିସେମ୍ବର ୩୧ ତାରିଖ ଥିଲା । ଏହି ଯୋଜନାପାଇଁ ମୋଟ୍ ବ୍ୟୟ ଅଟକଳ ୭ ହଜାର ୩୩୨ କୋଟି ଟଙ୍କା ରହିଛି । ପୁନର୍ଗଠିତ ଯୋଜନାର ପ୍ରମୁଖ ବୈଶିଷ୍ଟଗୁଡ଼ିକ ମଧ୍ୟରେ ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଋଣ ପରିମାଣ ବୃଦ୍ଧି, ଦ୍ଵିତୀୟ ଋଣ ପରିଶୋଧ କରିଥିବା ହିତାଧୂକାରୀଙ୍କପାଇଁ ୟୁ.ପି.ଆଇ. ସଂଲଗ୍ନ ରୁପେ କ୍ରେଡିଟ୍ କାର୍ଡ଼ର ବ୍ୟବସ୍ଥା ଏବଂ ଖୁଚୁରା ଓ ପାଇକାରୀ କାରବାରପାଇଁ ଡିଜିଟାଲ୍ କ୍ୟାସ୍‌ବ୍ୟାକ୍ ପ୍ରୋତ୍ସାହନ ଅନ୍ତର୍ଭୁକ୍ତ ।

PM SVANidhi scheme

ପ୍ରଥମ ପର୍ଯ୍ୟାୟ ଋଣକୁ ୧୦ ହଜାର ଟଙ୍କାରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟ ଋଣକୁ ମକୁ ୨୦ ହଜାରରୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ତେବେ ତୃତୀୟ ପର୍ଯ୍ୟାୟ ଋଣ ପରିମାଣ ପୂର୍ବଭଳି ୫୦ ହଜାର ଟଙ୍କାରେ ଅପରିବର୍ତିତ ରହିଛି । ଏହି ପୂନର୍ଗଠିତ ଯୋଜନାରେ ୫୦ ଲକ୍ଷ ନୂତନ ହିତାଧୂକାରୀଙ୍କ ସମେତ ୧ ନାଟି ୧୫ ଲକ୍ଷ ହିତାଧୂକାରୀଙ୍କୁ ଲାଭ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି ଖାଯାଇଛି । କୋଭିଡ୍- ୧୯ ମହାମାରୀ ସମୟରେ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହୋଇଥିବା ବୁଲାବିକାଳିମାନଙ୍କୁ ସହାୟତା କରିବାପାଇଁ ସରକାର ୨୦୨୦ ମସିହା ଜୁନ୍ ପହିଲାରେ ପି.ଏମ୍. ସ୍ଵନିଧୂ ଯୋଜନା ଆରମ୍ଭ କରିଥିଲେ । ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା ୬୮ ଲକ୍ଷରୁ ଅଧୂକ ବୁଲାବିକାଳିଙ୍କୁ ୧୩ ହଜାର ୭୯୭କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+