Get Updates
Get notified of breaking news, exclusive insights, and must-see stories!

ଅଷ୍ଟ୍ରେଲିଆ ଆତଙ୍କବାଦୀ ଘଟଣାକୁ ଦୃଢ଼ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

ଅଷ୍ଟ୍ରେଲିଆରେ ସିଡ୍‍ନୀର ବୋଣ୍ଡି ବିଚ୍‍ଠାରେ ଆଜି ସକାଳେ ଖ୍ରୀଷ୍ଟୀୟ ଛୁଟିଦିନ ପାଳନ ସମୟରେ ଜନୈକ ବନ୍ଧୁକଧାରୀଙ୍କ ଗୁଳିଚାଳନାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି । ନିୟୁ ସାଉଥ୍‍ ୱେଲ୍‍ସ ପୁଲିସ୍‍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଘଟଣା ସହ ସମ୍ପୃକ୍ତ ୨ ଜଣଙ୍କୁ ପୁଲିସ୍‍ ହେଫାଜତ୍‍କୁ ନିଆଯାଇଛି ।

ମୃତକଙ୍କ ମଧ୍ୟରେ ଜଣେ ବନ୍ଧୁକଧାରୀ ମଧ୍ୟ ଥିବା ଗଣମାଧ୍ୟମ ରିପୋର୍ଟ ଜଣାପଡ଼ିଛି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍‍ବାନୀ ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଭାବେ ବର୍ଣ୍ଣନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁଃଖଦ ଗୁଳିଚାଳନା ଘଟଣାର ଦୃଢ଼ ନିନ୍ଦା କରିଛନ୍ତି । ଖ୍ରୀଷ୍ଟୀୟ ପର୍ବର ପ୍ରଥମ ଦିନକୁ ଜନସାଧାରଣ ଉତ୍ସାହର ସହ ପାଳନ କରୁଥିବା ସମୟରେ ଏପରି ଅମାନୁଷିକ ଘଟଣା ଘଟିଥିଲା ।

pm modi

ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ' ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏହି ଦୁଃଖଦ ସମୟରେ ଅଷ୍ଟ୍ରେଲିଆବାସୀଙ୍କ ପାଇଁ ଭାରତ ଦୃଢ଼ତାର ସହ ଠିଆ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ସନ୍ତ୍ରାସବାଦ ପ୍ରତି ଭାରତ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରେ ଏବଂ ସନ୍ତ୍ରାସବାଦର ସମସ୍ତ କାର୍ଯ୍ୟକଳାପ ବିରୋଧରେ ସଂଗ୍ରାମ ଲାଗି ସମର୍ଥନ ଜଣାଇଥାଏ ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‍. ଜୟଶଙ୍କର ମଧ୍ୟ ଏହି ସନ୍ତ୍ରାସବାଦୀ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର' ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିବିଶେଷ ଏବଂ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଇସ୍ରାଏଲ୍‍ ବୈଦେଶିକ ମନ୍ତ୍ରୀ ଗିଡିଓନ ସା'ର୍‍ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଦୀର୍ଘ ଦୁଇ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ଅଷ୍ଟ୍ରେଲିଆରେ ସେମିଟିକ ବିରୋଧୀ ହିଂସାକାଣ୍ଡ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+