ମମତାଙ୍କ ଗଡ଼ରେ ମୋଦିଙ୍କ ଗର୍ଜ୍ଜନ, ପଶ୍ଚିମବଙ୍ଗରେ ଦେଲେ ୫ ଗ୍ୟାରେଣ୍ଟି
କୋଲକାତା : ଲୋକସଭା ନିର୍ବାଚନ ଲାଗି ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ସୋମବାର ଅର୍ଥାତ୍ ମେ ୧୩ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାର ଅଛି । ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ୯୬ ଟି ଆସନ ପାଇଁ ମତଦାନ ହେବ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି ।
ମେ ୧୩ ତାରିଖରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଉତରପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଝାଡଖଣ୍ଡ, ଜାମ୍ମୁ କାଶ୍ମୀରରେ ମତଦାନ ହେବ । ଆଉ ଚତୁର୍ଥ ପର୍ଯ୍ୟାୟ ଲାଗି ନିର୍ବାଚନୀ ପ୍ରଚାର ସରିଥିବା ବେଳେ ଏବେ ବାକି ଥିବା ପର୍ଯ୍ୟାୟ ଗୁଡ଼ିକ ଲାଗି ଜୋରଦାର ପ୍ରଚାର ଚଳାଇଛନ୍ତି ଶାସକ-ବିରୋଧୀ । ଆଉ ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପଶ୍ଚିମବଙ୍ଗର ବାରାକପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି ।
ଏହି ସମୟରେ ପ୍ରଧାନମନ୍ତ୍ରୀ ୫ଟି ଗ୍ୟାରେଣ୍ଟି ଦେଇଛନ୍ତି । ସେ କହିଛନ୍ତି, ସେମାନେ ସିଏଏ ଆଇନକୁ ରଦ୍ଦ କରିବା କଥା କହୁଛନ୍ତି ବୋଲି ମୋଦି କହିଛନ୍ତି । ଟିଏମ୍ସି ଓ କଂଗ୍ରେସକୁ ଝଟକ୍ ଦେଇ ମୋଦି ବଙ୍ଗଳାକୁ ୫ଟି ଗ୍ୟାରେଣ୍ଟି ଦେଇଛନ୍ତି । ମୋଦି କହିଛନ୍ତି ମୁଁ ପଶ୍ଚିମବଙ୍ଗଙ୍କୁ ୫ଟି ଗ୍ୟାରେଣ୍ଟି ଦେଉଛି । ଆଉ ସେଗୁଡିକ ହେଲା

ଯେପର୍ଯ୍ୟନ୍ତ ମୋଦି ଅଛନ୍ତି, ଧର୍ମ ଆଧାରରେ ସଂରକ୍ଷଣ ଦିଆଯିବ ନାହିଁ । ଏସ୍ସି, ଏସ୍ଟି ଏବଂ ଓବିସିର ସଂରକ୍ଷଣକୁ କେହି ଶେଷ କରିପାରିବେ ନାହିଁ । କେହି ଆପଣଙ୍କୁ ରାମ ନବମୀ ପାଳନ କରିବା ଏବଂ ଭଗବାନ ରାମଙ୍କୁ ପୂଜା କରିବାରେ ଅଟକାଇ ପାରିବେ ନାହିଁ । ଯେପର୍ଯ୍ୟନ୍ତ ମୋଦି ଅଛନ୍ତି, ରାମ ମନ୍ଦିର ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କେହି ଓଲଟାଇ ପାରିବେ ନାହିଁ । କେହି ସିଏଏ ଆଇନକୁ ରଦ୍ଦ କରିବାକୁ ସମର୍ଥ ହେବେ ନାହିଁ ।












Click it and Unblock the Notifications