ଓଡ଼ିଶାରୁ ମୋଦିଙ୍କ ସିଧା ଟାର୍ଗେଟ, ରାହୁଲଙ୍କୁ କରିଦେଲେ ଚ୍ୟାଲେଞ୍ଜ !
ଝାରସୁଗୁଡ଼ା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦବୋଧନ। କଂଗ୍ରେସକୁ ମାରିଲେ ତେରଛା ବାଣ। କଂଗ୍ରେସକୁ ଟାର୍ଗେଟ୍ କରି ମୋଦି କହିଛନ୍ତି ଯେ, ୨୦୧୪ରେ କ୍ଷମତାକୁ ଆସିବା ପରେ ଦେଶକୁ ଲୁଟତନ୍ତ୍ରରୁ ରକ୍ଷା କଲି। ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦେଶକୁ ଲୁଟ୍ କରୁଥିଲା। ଆମ ସରକାର ୧୨ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଆୟକର ମୁକ୍ତ କରିଛନ୍ତି। କଂଗ୍ରେସ ସରକାର ବେଳେ ୧ ଲକ୍ଷ ଖର୍ଚ୍ଚ ପାଇଁ ୨୫ ହଜାର ଟିକସ ପଡୁଥିଲା।
ମାତ୍ର ଆମ ସରକାରରେ ବର୍ତ୍ତମାନ ୧ ଲକ୍ଷରେ କେବଳ ୪ ରୁ ୫ ହଜାର ଟିକସ ଆଦାୟ ହେଉଛି। ଜିଏସଟି କମ୍ ହେବା ସତ୍ତ୍ଵେ ହିମାଚଳ କଂଗ୍ରେସ ସରକାର ଲୁଟ୍ କରୁଛନ୍ତି। ସିମେଣ୍ଟ ଦାମ୍ରେ ହିମାଚଳ ସରକାର ନୂଆ ଟିକସ ଲଗାଇଛନ୍ତି। ସାରା ଦେଶ ଜିଏସଟି ଉପକାର ପାଉଥିଲା ବେଳେ ହିମାଚଳବାସୀ ବଞ୍ଚିତ ।

ସେହିପରି ମୋଦି କହିଛନ୍ତି ଯେ, ଆଗାମୀ ଦିନରେ ଓଡ଼ିଶାରେ ୨ ସେମିକଣ୍ଡକ୍ଟର ୟୁନିଟ୍ ହେବାକୁ ଯାଉଛି। ଏହି ସେମିକଣ୍ଡକ୍ଟରରୁ ବାହାରୁଥିବା ଚିପ୍ ସବୁ କାର୍ଯ୍ୟରେ ଲାଗିବ। ଏହି ଛୋଟିଆ ଚିପ୍ ସବୁ ଦୈନନ୍ଦିନ ସାମଗ୍ରୀରେ ଲାଗିବ। ଚିପ୍ ଠାରୁ ଆରମ୍ଭ କରି ସିପ୍ ପର୍ଯ୍ୟନ୍ତ ଭାରତ ସବୁଥିରେ ଆତ୍ମନିର୍ଭର ହେବ । ଆମ ଦେଶ କୌଣସି ଦେଶ ଉପରେ ନିର୍ଭର କରିବ ନାହିଁ। ସ୍ଵଦେଶୀ ଜ୍ଞାନକୌଶଳରେ ସିପ୍ ନିର୍ମାଣ ପାଇଁ ୧୭ ହଜାର କୋଟି ମଞ୍ଜୁର ହୋଇଛି । ଯୁବପୀଡ଼ିଙ୍କୁ ଏଥିରୁ ସବୁଠୁ ବେଶି ଫାଇଦା ମିଳିବ। ଓଡ଼ିଶାର ଯୁବପିଢିଙ୍କୁ ରୋଜଗାର ମିଳିବ ।
ପିଏମ୍ ପୁଣି କହିଛନ୍ତି ଯେ, ଟେଲିକମ୍ ଟେକ୍ନୋଲୋଜି ପାଇଁ ଯାହା ଦରକାର ତାହା ବିକଶିତ ହେବ। ସାରା ଦେଶରେ ୯୭ ହଜାର ୮୦୦ ରୁ ଅଧିକ ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ ହେବ। ଆଗାମୀ ଦିନରେ ବିଏସଏନଏଲ ନୂଆ ଇତିହାସ ରଚିବ। ବିଏସଏନଏଲ ସହ ୫ଜି ଯୋଡ଼ି ହେବାକୁ ଯାଉଛି। ସୀମାନ୍ତରେ ପ୍ରତିକୂଳ ସ୍ଥିତିରେ କାର୍ଯ୍ୟରତ ଯବାନ ଏହି ସେବା ପାଇବେ।












Click it and Unblock the Notifications