B20 Summit: ଆଜି ଭାରତରେ ଚାଲିଥିବା ବି 20 ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି ଭାରତରେ ଚାଲିଥିବା ବି 20 ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ପିଏମ ମୋଦି ।

ପୂର୍ବାହ୍ନ ୧୨ଟାରେ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ଲାଟଫର୍ମ ବ୍ୟବସାୟ ଜଗତରେ କାର୍ଯ୍ୟ କରୁଥିବା ହିତାଧିକାରୀମାନଙ୍କର ଏକ ବ୍ୟାପକ ପରିସରକୁ ଏକତ୍ରିତ କରୁଛି ।

ଏହା ସବୁଠୁ ମହତ୍ତ୍ବପୂର୍ଣ୍ଣ G20 ଗୋଷ୍ଠୀ ମଧ୍ୟରୁ ଗୋଟିଏ ଯାହା ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଦିଗରେ ଧ୍ୟାନ ଦେଇଥାଏ ବୋଲି ଟ୍ବିଟ୍‌ କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୦୧୦ ମସିହାରେ ଏହାର ସ୍ଥାପନା ହୋଇଥିଲା ।

narendra_modi

ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଠାରେ ଯୋଗ ଦେଇ ସମ୍ବୋଧନ କରିଥିଲେ । ସେ କହିଥିଲେ , ଭାରତକୁ ଅନୁସନ୍ଧାନ ଏବଂ ବିକାଶର ପେଣ୍ଠସ୍ଥଳୀ ଭାବରେ ଗଢିବା ପାଇଁ ଗୁରୁତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତି ମାଧ୍ୟରେ ଏକବିଂଶ ଶତାବ୍ଦୀର ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯାଇଛି ।

ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରରେ ଭାରତ ଆଗକୁ ବଢୁଛି । ବର୍ତ୍ତମାନ ଭାରତ ପାଖରେ ତୃତୀୟ ସର୍ବବୃହତ ଷ୍ଟାର୍ଟଅପ ଇକୋସିଷ୍ଟମ ରହିବା ସହ ୧୦୦ରୁ ଉର୍ଦ୍ଧ୍ୱ ୟୁନିକର୍ଣ୍ଣ ରହିଛି । ଏହା କେବଳ ମେଟ୍ରୋ ସହରରେ ସୀମିତ ନ ରହି ଷ୍ଟାର୍ଟଅପ୍ ଟାୟାର- ୨ ଏବଂ ଟାୟାର-୩ ସହରରେ ଜାରି ରହିଛି ।

ଶିକ୍ଷାନୁଷ୍ଠାନ, ଇନକ୍ୟୁବେଟର ଏବଂ ଆସିଲେଟର ଗୁଡ଼ିକୁ ମଜଭୂତ୍ କରି ନବସୃଜନ ପାଇଁ ଭାରତର ଡେମୋଗ୍ରାଫିକ ଡିଭିଡେଣ୍ଡକୁ ସୁଦୃଢ କରି ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ କରାଯାଉଛି ।

ଭାରତ ଏବେ ଆମେରିକା, ଅଷ୍ଟ୍ରେଲିଆ ଏବଂ ୟୁରୋପ ଭଳି ଦେଶ ଗୁଡିକ ସହ ଶିକ୍ଷା କ୍ଷେତ୍ରରେ ସହଭାଗୀତା କରିଛି । ଯେଉଁଠି ଭାରତର ପ୍ରତିଭାକୁ ପ୍ରଶଂସିତ କରାଯାଇଛି । ଇନିସିଏଟିଭ୍ ଅନ୍ କ୍ରିଟିକାଲ ଆଣ୍ଡ ଏମରଜିଂ ଟେକ୍ଲୋଲୋଜି(ଆଇସିଇଟି) ଅନ୍ତର୍ଗତ ଭାରତ ଓ ଆମେରିକା ଉଚ୍ଚକ୍ଷମତା ସମ୍ପନ୍ନ ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗୀ ହେବା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି ।

ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ୟୁନାଇଟେଡ ରାଷ୍ଟ୍ର ସମୂହ ସରକାରଙ୍କ ଦ୍ୱାରା କ୍ୱାଡ୍ ଫେଲୋସିପ ପଦକ୍ଷେପ ଆଗାମୀ ଭବିଷ୍ୟତର ବୈଜ୍ଞାନିକ ଏବଂ ଟେକ୍ନୋଲୋଜିଷ୍ଟ ମଧ୍ୟରେ ସମ୍ପର୍କ ଯୋଡିବା ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+