ଅବୁଧାବୀରେ ଏକ ମନ୍ଦିର ପାଇଁ ପ୍ରସ୍ତାବ ଦେଇଥିଲି, ଆଜି ତାହା ପୂରଣ ହୋଇଛି: ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗସ୍ତରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ରାଜଧାନୀ ଆବୁଧାବିରେ ଅଛନ୍ତି । ଏଠାରେ ସେ ମଙ୍ଗଳବାର ଦିନ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଭାରତୀୟ ବଂଶୋଦ୍ଭବକୁ ସମ୍ବୋଧିତ କରୁଛନ୍ତି । ସେ ଆସନ୍ତାକାଲି ଅର୍ଥାତ ବୁଧବାର ଏଠାରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ହେବା ପରଠାରୁ ଏହା ୟୁଏଇକୁ ତାଙ୍କର ସପ୍ତମ ଗସ୍ତ । ପିଏମ ମୋଦୀ ପ୍ରଥମେ ୨୦୧୫ ରେ ୟୁଏଇ ଗସ୍ତ କରିଥିଲେ । ୩୪ ବର୍ଷ ମଧ୍ୟରେ ଏହା ପ୍ରଥମ ଗସ୍ତ ଥିଲା ଯେ, ଯେତେବେଳେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ୟୁଏଇ ଗସ୍ତ କରିଥିଲେ ।

ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଡିଜିଟାଲ ଇଣ୍ଡିଆକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି । ୟୁପିଆଇ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି । ଆପଣ ଭାରତରେ ଆପଣଙ୍କ ପରିବାର ସଦସ୍ୟଙ୍କୁ ଅଧିକ ସହଜରେ ଏଣିକି ଟଙ୍କା ପଠାଇବାକୁ ସମର୍ଥ ହେବେ ।

pm narendra modi

ମୋଦୀ ଆହୁରି କହିଛନ୍ତି ଯେ ଆଜି ଭାରତ ଗୋଟିଏପରେ ଗୋଟିଏ ନୂତନ ବିମାନବନ୍ଦର ନିର୍ମାଣ କରୁଛି, ଆଜି ଭାରତ ଅଧିକ ଅଧିକ ନୂତନ ରେଳ ଷ୍ଟେସନ ନିର୍ମାଣ କରୁଛି । ନୂତନ ଚିନ୍ତାଧାରା ଏବଂ ନୂତନ ଉଦ୍ଭାବନ ହେତୁ ଆଜି ଭାରତର ପରିଚୟ ସୃଷ୍ଟି ହେଉଛି । ଆଜି ଭାରତ ଏକ ଜୀବନ୍ତ ପର୍ଯ୍ୟଟନ ସ୍ଥଳ ଭାବରେ ମାନ୍ୟତା ପାଇଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଉଭୟ ଭାରତ ଏବଂ ୟୁଏଇ ଏକାଠି ହୋଇ ଆଗକୁ ବଢ଼ୁଛନ୍ତି । ୟୁଏଇ ହେଉଛି ଭାରତର ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଆଜି ୟୁଏଇ ହେଉଛି ସପ୍ତମ ବୃହତ୍ତମ ନିବେଶକ । ଆମର ଉଭୟ ଦେଶ 'ସହଜ ଜୀବନଯାପନ' ଏବଂ 'ବ୍ୟବସାୟର ସହଜତା' ଉପରେ ବହୁତ ସହଯୋଗ କରୁଛନ୍ତି । ଆଜି ବି ଆମ ମଧ୍ୟରେ ହୋଇଥିବା ଚୁକ୍ତିନାମା ଏହି ପ୍ରତିବଦ୍ଧତାକୁ ଆଗକୁ ନେଉଛି । ଆମେ ଆମର ଆର୍ଥିକ ବ୍ୟବସ୍ଥାକୁ ବିସ୍ତାର କରୁଛୁ । ବୈଶୟିକ କ୍ଷେତ୍ରରେ ଉଭୟ ଦେଶ କ୍ରମାଗତ ଭାବରେ ଶକ୍ତିଶାଳୀ ହେଉଛନ୍ତି ।

ମୋଦି ଆହୁରି କହିଛନ୍ତି ୨୦୧୫ରେ ଅବୁଧାବୀରେ ଏକ ମନ୍ଦିର ପାଇଁ ପ୍ରସ୍ତାବ ଦେଇଥିଲି' । ଆଉ ତୁରନ୍ତ ଗ୍ରହଣ କରାଯିବାରୁ ଆଜି ସେହି ସ୍ୱପ୍ନ ପୂରଣ ହେବାକୁ ଯାଉଛି । ୟୁଏଇ ପକ୍ଷରୁ ମୋତେ ସର୍ବୋଚ୍ଚ ବେସାମରିକ ସମ୍ମାନ କେବଳ ମୋ ପାଇଁ ନୁହେଁ କୋଟି କୋଟି ଭାରତୀୟଙ୍କ ପାଇଁ ଉଦ୍ଦିଷ୍ଟ'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+