ଆଜି ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଗସ୍ତ କରିବେ । ସେ ୧୭୮୦କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଲୋକାର୍ପଣ କରିବେ । ଯାହା ବାରଣାସୀର ପରିଦୃଶ୍ୟକୁ ଆହୁରି ବଦଳାଇ ଦେବ ଏବଂ ସହରର ଲୋକ ମାନଙ୍କ ପାଇଁ ଜୀବନଯାପନକୁ ସହଜ କରିବ ।
ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ୧୦.୩୦ରେ ରୁଦ୍ରାକ୍ଷ ସମ୍ମିଳନୀ କେନ୍ଦ୍ରରେ ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀକୁ ସମ୍ବୋଧିନ କରିବେ । ଏହା ପରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ପଡିଆରେ ୧୭୮୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ।
ଆଜି ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀକୁ ମଧ୍ୟ ସମ୍ବୋଧିନ କରିବେ। ଏହି ସମ୍ମିଳନୀକୁ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଷ୍ଟପ୍ ଟିବି ଦ୍ୱାରା ଆୟୋଜନ କରାଯାଉଛି । ୨୦୦୧ରେ ପ୍ରତିଷ୍ଠିତ, ଷ୍ଟପ୍ ଟିବି ପାର୍ଟନପସିପ୍ ହେଇଛି ଏହି ମିଳିତ ଜାତିସଂଘ ଦ୍ୱାରା ଆୟୋଜିତ ସଂଗଠନ, ଯାହା ଯକ୍ଷ୍ମା ଦ୍ୱାରା ପ୍ରଭାବିତ ଲୋକ, ସମୁଦାୟକୁ ଏବଂ ଦେଶର ସ୍ୱରକୁ ବୃଦ୍ଧି କରିଥାଏ ।
ଯକ୍ଷ୍ମ ପାଇଁ ପରିବାର-କେନ୍ଦ୍ରିକ ଯତ୍ନ ମଡେଲ ଏବଂ ଭାରତର ବାର୍ଷିକ ଯକ୍ଷ୍ମା ରିପୋର୍ଟ ୨୦୨୩ ଜାରି କରିବେ । ପ୍ରଧାନମନ୍ତ୍ରୀ ଯକ୍ଷ୍ମାକୁ ସମ୍ପୁର୍ଣ୍ଣ ରୂପେ ସମାପ୍ତ କରିବାର ଦିଗରେ ସମାନଙ୍କ ପଦକ୍ଷପ ଆଧାରରେ କିଛି ରାଜ୍ୟ, କେନ୍ଦ୍ରଶାସି ଅଞ୍ଚଳ ଏବଂ ଜିଲ୍ଲା ଗୁଡିକୁ ପୁରସ୍କୃତ କରିବେ ମୋଦୀ ।
ସେହିପରି ବାରାଣୀସୀ କ୍ୟାଣ୍ଟ ଷ୍ଟେସନରୁ ଗୋଦାଲିଆ ପର୍ଯ୍ୟନ୍ତ ଯାତ୍ରୀବାହୀ ରୋପୱେର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦୀ । ଏହି ପ୍ରକଳ୍ପର ଆକଳିତ ବ୍ୟୟ ପ୍ରାୟ ୬୪୫ କୋଟି ଟଙ୍କା । ସୂଚନା ଅନୁସାରେ, ୫ଟି ଷ୍ଟେସନ ସହିତ ରୋପୱେ ସିଷ୍ଟମର ଲମ୍ବ ପ୍ରାୟ ୩.୭୫ କିମି ହେବ । ଆଜି ପ୍ରଧାନମନ୍ତ୍ରୀ ନମାମି ଗଙ୍ଗା ଯୋଜନା ଆଧିନରେ ଭଗବାନପୁର ଠାରେ ୫୫ ଏସ୍ଏଲଡି କାର୍ଯ୍ୟ ପରିଚାଳନା ପ୍ଲାଟର ମଧ୍ୟ ସ୍ଥାପନ କରିବେ । ଜଳ ଜୀବନ ମିଶନ ଅଧିନରେ ପ୍ରଧାନମନ୍ତ୍ରୀ ୧୯ଟି ପାନୀୟ ଜଳ ଯୋଜନା ଉତ୍ସର୍ଗ କରିବେ । ସ୍ମାର୍ଟ ସିଟି ମିଶନ ଅଧିନରେ ରାଜଘାଟ, ମହମୁରଗଞ୍ଜ ସରକାରୀ ବିଦ୍ୟାଳୟର ପୁନଃ ନିର୍ମାଣ କାର୍ଯ୍ୟ ସମେତ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ।












Click it and Unblock the Notifications