For Quick Alerts
Turn On Notification  
For Daily Alerts
Oneindia App Download

କୋଭିସିଲ୍ଡ ଟିକା ବିକାଶର ଅନୁଧ୍ୟାନ ପାଇଁ ପୁନେର ସେରମ୍ ପ୍ରତିଷ୍ଠାନ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହଯୋଗରେ ବ୍ରିଟିଶ-ସ୍ୱିଡେନ ଫାର୍ମାସ୍ୟୁଟିକାଲ୍ ଜିଆଣ୍ଟ ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ହେଉଥିବା 'କୋଭିଶିଲ୍ଡ' ଟିକା ବିକାଶ କାର୍ଯ୍ୟର ସମୀକ୍ଷା କରିବାକୁ ସେରମ୍ ପ୍ରତିଷ୍ଠାନ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

|

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 28ରେ ପୁନେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରିଦର୍ଶନ କରିବେ | ଏଥିରେ ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହଯୋଗରେ ବ୍ରିଟିଶ-ସ୍ୱିଡେନ ଫାର୍ମାସ୍ୟୁଟିକାଲ୍ ଜିଆଣ୍ଟ ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ହେଉଥିବା 'କୋଭିଶିଲ୍ଡ' ଟିକା ବିକାଶ କାର୍ଯ୍ୟର ସମୀକ୍ଷା କରିବେ |

ଭାରତରେ କୋଭିଡ୍-19 ଟିକା କୋଭିସିଲ୍ଡର ପ୍ରସ୍ତୁତି ଏବଂ ବିତରଣ ନେଇ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ସହ ସହଭାଗୀତା କରିଛି | ନଭେମ୍ବର 28ରେ ପ୍ରଧାନମନ୍ତ୍ରୀଙ୍କ ସେରମ୍ ପ୍ରତିଷ୍ଠାନ ପରିଦର୍ଶନ ନେଇ ପୁନେର ଡିଭିଜିଓନାଲ କମିଶନର ସୌରଭ ରାଓ ସୂଚନା ଦେଇଛନ୍ତି |

Narendra-Modi

ଏହି ସପ୍ତାହ ପୂର୍ବରୁ, ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କହିଥିଲା ଯେ, ସେମାନଙ୍କ ଦ୍ୱାରା ବିକଶିତ କରୋନାଭାଇରସ୍ ଟିକା 70 ପ୍ରତିଶତ ଫଳପ୍ରଦ ରହୁଥିବା ଦେଖାଦେଇଛି | 'ଓ୍ୱାନ ଡୋଜ୍ ରେଜିମେନ୍'ରେ ଏହା 90 ପ୍ରତିଶତ ଫଳପ୍ରଦକାରୀ ହୋଇପାରେ ବୋଲି ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ସୂଚନା ଦେଇଛି |

ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରକାଶିତ ଏକ ପ୍ରେସ ନୋଟରେ କୁହାଯାଇଛି ଯେ, 131 କୋଭିଡ -19 ମାମଲା ସହିତ ପର୍ଯ୍ୟାୟ 3 ମଧ୍ୟବର୍ତ୍ତୀ ବିଶ୍ଳେଷଣ ସୂଚାଇଥାଉଛି କି ଦୁଇଟି ଡୋଜିଂ ରେଜିମେନ୍ସର ତଥ୍ୟ ମିଶ୍ରଣ କରିବା ସମୟରେ ଟିକା 70.4% ପ୍ରଭାବଶାଳୀ ରହିଛି |
ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ମଧ୍ୟବର୍ତ୍ତୀକାଳୀନ ପରୀକ୍ଷା ତଥ୍ୟ ଉପରେ ପ୍ରକାଶିତ ରିପୋର୍ଟରେ ଜଣାପଡ଼ିଛି ଦୁଇଟି ଭିନ୍ନ ଡୋଜ୍ ରେଜିମେନ୍ରେ ଟିକା ପ୍ରଭାବ 90% ଏବଂ ଅନ୍ୟଟିରେ 62% ରହିଛି | ଏଥିରେ ମଧ୍ୟ କୁହାଯାଇଛି, ଟିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଡାକ୍ତରଖାନାରେ ଭର୍ତ୍ତି କିମ୍ବା କୌଣସି ଗୁରୁତର ମାମଲା ନାହିଁ |

ଅକ୍ସଫୋର୍ଡ ଏବଂ ଆଷ୍ଟ୍ରାଜେନେକା ସେମାନଙ୍କ କରୋନାଭାଇରସ୍ ଟିକା 'କୋଭିଶିଲ୍ଡ'ର ତୃତୀୟ ପର୍ଯ୍ୟାୟ ଫଳାଫଳକୁ ଅପେକ୍ଷା କରିଛନ୍ତି | ଯାହା ଦ୍ୱାରା ଟିକା ସୁରକ୍ଷିତ ଏବଂ ପ୍ରଭାବଶାଳୀ କି ନୁହେଁ ତାହା ଦର୍ଶାଯାଇପାରିବ |

ଆଷ୍ଟ୍ରାଜେନେକା ବ୍ୟତୀତ ଅନ୍ୟ ଦୁଇଟି ଫାର୍ମାସ୍ୟୁଟିକାଲ୍ କମ୍ପାନୀ - ପିଫିଜର୍ ଏବଂ ମୋଡେର୍ଣ୍ଣାର ପ୍ରାଥମିକ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ରିପୋର୍ଟରେ ସେମାନଙ୍କ କୋଭିଡ୍ -19 ଟିକା ପ୍ରାୟ 95% ପ୍ରଭାବଶାଳୀ ବୋଲି ଦାବି କରିଛନ୍ତି |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Prime Minister Narendra Modi will be visiting the Pune's SII on November 28 to take stock of Covishield vaccine development work.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X