ଆସନ୍ତାକାଲି ବନ୍ୟା ପ୍ରଭାବିତ ପଞ୍ଜାବ ଗସ୍ତ କରି ସାମ୍ପ୍ରତିକ ପରିସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବନ୍ୟା ପ୍ରଭାବିତ ପଞ୍ଜାବ ଗସ୍ତକରି ସାମ୍ପ୍ରତିକ ପରିସ୍ଥିତିର ସମୀକ୍ଷା କରିବେ । ଏ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ ଆୟୋଜିତ ହେବାର ସମ୍ଭାବନା ରହିଛି । ପଞ୍ଜାବ ସରକାର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ବନ୍ୟା ପ୍ରଭାବିତ ରାଜ୍ୟପାଇଁ ୨୦ ହଜାର କୋଟି ଟଙ୍କାର ରିଲିଫ୍‍ ପ୍ୟାକେଜ୍‍ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି । ଇତିମଧ୍ୟରେ ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଛି । ସେ କହିଛନ୍ତି, ପଞ୍ଜାବ ମୁଖ୍ୟ ଶାସନ ସଚିବଙ୍କଦ୍ୱାରା କ୍ଷୟକ୍ଷତି ରିପୋର୍ଟ ଦାଖଲ ପରେ କେନ୍ଦ୍ର ସରକାର ପାଣ୍ଠି ପ୍ରଦାନ କରିବେ ।

pm modi

ତେବେ ଇତିମଧ୍ୟରେ ରାଜ୍ୟରେ ବନ୍ୟା ପରିସ୍ଥିତି କ୍ରମଶଃ ନିୟନ୍ତ୍ରଣକୁ ଆସୁଛି । ଭାକ୍ରା ଏବଂ ପଙ୍ଗ ଡ୍ୟାମ୍‍ରୁ ନିୟନ୍ତ୍ରିତ ଅତିରିକ୍ତ ଜଳ ଛଡ଼ାଯିବା କିଛି ପରିମାଣରେ ସମସ୍ୟାକୁ ବୃଦ୍ଧି କରୁଛି; କିନ୍ତୁ ବର୍ତ୍ତମାନ ଜଳ ପରିମାଣ ହ୍ରାସ ପାଇଛି । ଆଗାମୀ ଦିନରେ ପ୍ରବଳ ବର୍ଷାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଲୋକମାନେ ଆଶ୍ୱସ୍ତି ପାଇଛନ୍ତି । ଇତିମଧ୍ୟରେ ମୃତକଙ୍କ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି । ରାଜ୍ୟର ୨ ହଜାର ୫୦ ଗ୍ରାମରୁ ୩ ଲକ୍ଷ ୮୭ ହଜାରରୁ ଅଧିକ ଲୋକଙ୍କୁ ସିଧାସଳଖ ବିସ୍ଥାପିତ କରାଯାଇଛି ଓ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଲୋକ, ଏନ୍‍.ଜି.ଓ. ଏବଂ ଭାରତୀୟ ସେନା, ବି.ଏସ୍‍.ଏଫ୍‍. ଓ ଏନ୍‍.ଡି.ଆର୍‍.ଏଫ୍‍.ର ବିଶେଷଜ୍ଞ ଦଳ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍‍ ଓ ଉଦ୍ଦାର କାର୍ଯ୍ୟ ଜାରି ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+