ଆସନ୍ତାକାଲି ଇଟାଲି ଗସ୍ତରେ ଯିବେ ପିଏମ ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ କାର୍ଯ୍ୟକାଳ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ବୈଦେଶିକ ଗସ୍ତରେ ବାର୍ଷିକ ଜି୭ ସମ୍ମିଳନୀରେ ଯୋଗଦେବା ପାଇଁ ଜୁନ୍ ୧୩ ରେ ଇଟାଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ବୈଦେଶିକ ସଚିବ ବିନୟ ମୋହନ କ୍ୱାଟ୍ରା କହିଛନ୍ତି, ଜୁନ ୧୪ ରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦ ତମ ଜି୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ।
ଇଟାଲି ର ଆପୁଲିଆରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି । କ୍ରମାଗତ ତୃତୀୟ ଥର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ବୈଦେଶିକ ଗସ୍ତ । ଏହାଦ୍ୱାରା ଭାରତ ସହ ଗ୍ଲୋବାଲ ସାଉଥ୍ର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଶ୍ୱର ବଡ ନେତାଙ୍କ ସହ ଯୋଡି ହେବାର ସୁଯୋଗ ଦେବ ।

ସୂଚନା ଅନୁଯାୟୀ, ଜି୭ ସମ୍ମିଳନୀରେ ଯୋଗଦେବାକୁ ଥିବା ଦେଶର ମୁଖ୍ୟମାନେ ହେଉଛନ୍ତି - ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଜି୭ ସମ୍ମିଳନୀରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଯୋଗଦେବାର ସମ୍ଭାବନା ରହିଛି ।












Click it and Unblock the Notifications