ଆଜିଠୁ ୪୮ ଘଣ୍ଟା ପାଇଁ ଧ୍ୟାନରେ ବସିବେ ମୋଦୀ, ବିରୋଧି ଆଣିଲେ ଏପରି ଅଭିଯୋଗ

PM Narendra Modi to meditate in Kanyakumari: ପ୍ରଧାନମନ୍ତ୍ରୀ ମୋଦୀ ଆଜି କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ରକ୍ ମେମୋରିଆଲରେ ଦୀର୍ଘ ୪୮ ଘଣ୍ଟା ଧରି ଧ୍ୟାନରେ ବସିବେ । ଅନ୍ୟପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଝାଡ଼ଖଣ୍ଡ ଏବଂ ଓଡି଼ଶାରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ, ସେହିପରି ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜୀ ଗାରିଆଠାରୁ ଗୋପାଳନଗର ପର୍ଯ୍ୟନ୍ତ ୮ କିଲୋମିଟର ଯାତ୍ରା କରିବେ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଜୁନ୍ ୧ ତାରିଖରେ ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ହେବା ପାଇଁ ଯାଉଛି, ଯାହାର ପ୍ରଚାର ଆଜି ଶେଷ ହେଉଛି । ଆଜି ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ଆସନ୍ତା ୪୮ ଘଣ୍ଟା ପାଇଁ ଧ୍ୟାନ କରିବେ । ଯେଉଁଥି ପାଇଁ ଉକ୍ତ ସ୍ଥାନର ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି । ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସମୁଦ୍ରକୂଳ ବନ୍ଦ ରହିବ । ଏପରିକି ବ୍ୟକ୍ତିଗତ ଡଙ୍ଗା ଚଳାଇବା ପାଇଁ ମଧ୍ୟ ଅନୁମତି ଦିଆଯିବ ନାହିଁ ।

pm modi

ମୋଦୀଙ୍କ ଏହି ଆଧ୍ୟାତ୍ମିକ ଯାତ୍ରାକୁ ନେଇ ବିରୋଧୀ ସମାଲୋଚନା କରିଛନ୍ତି। ମୋଦୀଙ୍କର ଏହି ଧ୍ୟାନମୁଦ୍ରାର ଦୃଶ୍ୟ ଟେଲିଭିଜନରେ ନ ପ୍ରସାରଣ କରିବା ନେଇ ଦାବି କରିଛି କଂଗ୍ରେସ । ଯେଉଁ ଅଭିଯୋଗ ନେଇ ବୁଧବାର ଇସିଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ । ଏହା ସାଇଲେନ୍ସ ପିରିୟଡର ଖୋଲା ଉଲ୍ଲଂଘନ ବୋଲି କଂଗ୍ରେସ ଦାବି କରିଛି । ସେହିପରି ଯଦି ଏହି ଦୃଶ୍ୟ ଟିଭିରେ ଦେଖାଯାଏ ତେବେ ଇସିଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାରାର୍ଜୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+