ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିବେ ମୋଦୀ
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅପରାହ୍ନ 12:30 ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ ।
ଦେଶବ୍ୟାପୀ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧିମାନେ ଯୋଗଦେବେ ।
୧୫ ନଭେମ୍ବର, ୨୦୨୩ରେ ଏହାର ଶୁଭାରମ୍ଭ ପରଠାରୁ ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ନିୟମିତ ଭାବରେ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ (30 ନଭେମ୍ବର, 9 ଏବଂ ଡିସେମ୍ବର ୧୬) ଏହି ଆଲୋଚନା ହୋଇଛି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ନିକଟରେ ତାଙ୍କର ବାରଣାସୀ ଗସ୍ତ ସମୟରେ କ୍ରମାଗତ ଦୁଇ ଦିନ (ଡିସେମ୍ବର ୧୭-୧୮) ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀଙ୍କ ସହ ପ୍ରତ୍ୟକ୍ଷ ଭାବରେ ଆଲୋଚନା କରିଛନ୍ତି ।

କେନ୍ଦ୍ରୀୟ ଯୋଜନାଗୁଡ଼ିକର ଶତ ପ୍ରତିଶତ ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚିପାରିବ ସେହି ଉଦ୍ଦେଶ୍ୟରେ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କରାଯାଉଛି ।
ବିକଶିତ ଭାରତ ସଂକଳ୍ପ ଯାତ୍ରା ସମଗ୍ର ଦେଶରେ ଆଶାର ଏକ ରଙ୍ଗୀନ ଚିତ୍ର ବୁଣିଛି । ଏଥିରେ କୋଟି କୋଟି ଲୋକ ସଂଯୁକ୍ତ ହୋଇ ବିକାଶର ଚେତନାକୁ ଆଗକୁ ବଢାଉଛନ୍ତି । ଦେଶର ବିବିଧ କ୍ଷେତ୍ରରେ ଅଗଣିତ ଜନତା ଏକ ସମ୍ମିଳିତ ସ୍ୱପ୍ନ ନେଇ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ଅଗ୍ରସର ହେଉଛନ୍ତି ।
ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧି ଯୋଗ ଦେଇଥିଲେ ।












Click it and Unblock the Notifications