Mann Ki Baat : ଆଜି ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମର ଆଜି ୧୦୪ ତମ ଏପିସୋଡ। ରେଡିଓ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତି ମାସର ଶେଷ ରବିବାରରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ପ୍ରଧାନମନ୍ତ୍ରୀ ଦେଶର ଲୋକଙ୍କ ସହ ନିଜର ଭାବନା ବାଣ୍ଟନ୍ତି । ଆଜି ମଧ୍ୟ ଅନେକ ବିଷୟରେ କଥା ହେବେ ପ୍ରଧାନମନ୍ତ୍ରୀ ।
ଚନ୍ଦ୍ରଯାନର ସଫଳତା ନେଇ କିଛି କହି ପାରନ୍ତି ମୋଦୀ । ଏହା ସହ ଆଗକୁ ଆସୁଥିବା ପର୍ବପର୍ବାଣୀକୁ ନେଇ ମୋଦି କହିପାରନ୍ତି । ଅନେକ ଗୁରୁତ୍ଵପୂର୍ଣ୍ଣ ଘୋଷଣା ମଧ୍ୟ କରିପାରନ୍ତି ।
ଏହି କାର୍ଯ୍ୟକ୍ରମରେ ମୋଦୀ କିଛି ସଫଳ ବ୍ୟକ୍ତିଙ୍କ ସଂଘର୍ଷର କଥା ଓ ସଫଳତାର କାହାଣୀ ସହ ଏତିହ୍ୟ ଓ ନୂଆ ଭାରତ ସମ୍ପର୍କରେ ନିଜର ଭାବ ପ୍ରକାଶ କରିଥାନ୍ତି । ଓଡ଼ିଶାର ଅନେକ ସଫଳ ବ୍ୟକ୍ତିଙ୍କ କଥା ଓ କାହାଣୀକୁ ଦେଶବାସୀଙ୍କୁ କହିଛନ୍ତି ମୋଦୀ ।
ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନର ସମଗ୍ର ନେଟୱାର୍କରେ ଏହାର ଏଇଭ୍ ପ୍ରସାରିତ ହେବ । ମନ୍ କି ବାତ ର ଆଞ୍ଚଳିକ ସଂସ୍କରଣ ରାତି ୮ ଟାରେ ଅଲ୍ ଇଣ୍ଡିଆ ରେଡିଓର ସମ୍ପୃକ୍ତ ଆଞ୍ଚଳିକ ଷ୍ଟେସନ୍ ଦ୍ବାରା ପୁନ-ପ୍ରସାରିତ ହେବ । ୨୦୧୪ରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଆଜି ଭାରତରେ ଚାଲିଥିବା ବି 20 ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ପିଏମ ମୋଦି ।
ପୂର୍ବାହ୍ନ ୧୨ଟାରେ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ଲାଟଫର୍ମ ବ୍ୟବସାୟ ଜଗତରେ କାର୍ଯ୍ୟ କରୁଥିବା ହିତାଧିକାରୀମାନଙ୍କର ଏକ ବ୍ୟାପକ ପରିସରକୁ ଏକତ୍ରିତ କରୁଛି ।
ଏହା ସବୁଠୁ ମହତ୍ତ୍ବପୂର୍ଣ୍ଣ G20 ଗୋଷ୍ଠୀ ମଧ୍ୟରୁ ଗୋଟିଏ ଯାହା ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଦିଗରେ ଧ୍ୟାନ ଦେଇଥାଏ ବୋଲି ଟ୍ବିଟ୍ କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୦୧୦ ମସିହାରେ ଏହାର ସ୍ଥାପନା ହୋଇଥିଲା ।












Click it and Unblock the Notifications