ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ଭଗବାନ ଭାବୁଛନ୍ତି :ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଜୁନ୍ ୨ ତାରିଖ ଅର୍ଥାତ ରବିବାର ଦିନ ଆତ୍ମସମର୍ପଣ କରିବେ କେଜ୍ରିୱାଲ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ଏହା ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅହଂକାର ବଢିଗଲାଣି । ଆଜିକାଲି ସେ ନିଜକୁ ଭଗବାନ ବୋଲି ଘୋଷଣା କରିଛନ୍ତି ।

ଏକ ସାକ୍ଷାତକାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଏହି କଥା କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କେଜ୍‌ରିୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କଠାରେ ଅହଂକାର ଦୃଶ୍ୟମାନ ହେଉଛି । ସେ ବାଓଲୋଜିକାଲି ଜନ୍ମ ହୋଇନାହାଁନ୍ତି, ସେ ଈଶ୍ୱରଙ୍କ ଅବତାର ବୋଲି କହୁଛନ୍ତି । ସେ ନିଜକୁ ଭଗବାନ ବୋଲି ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ୨୦୧୪ରେ ନିଜକୁ ପ୍ରଧାନ ସେବକ ବୋଲି କହିଥିଲେ, ତା'ପରେ ୨୦୧୯ରେ ନିଜକୁ ଚୌକିଦାର ବୋଲି କହିଥିଲେ ଏବଂ ବର୍ତ୍ତମାନ ୨୦୨୪ରେ ନିଜକୁ ଭଗବାନ ବୋଲି ଘୋଷଣା କରିଛନ୍ତି । ଯେତେବେଳେ କେଜ୍ରିୱାଲଙ୍କୁ ପଚରାଯାଇଥିଲା ଯେ ସେ ଇଣ୍ଡିଆ ଆଲାଇନ୍ସ ପାଇଁ ପ୍ରଚାର କରିଛନ୍ତି । ଏଥିରୁ କିଛି ଲାଭ ହେବ କି? ଏହା ଉପରେ ସେ କହିଛନ୍ତି ଯେ ଗୀତାରେ ଏହା ଲେଖାଯାଇଛି ଯେ ଜଣେ କର୍ମ କରିବା ଉଚିତ୍ ଏବଂ ଫଳାଫଳ ବିଷୟରେ ଚିନ୍ତା କରିବା ଉଚିତ ନାହିଁ ।

arvind kejriwal

ମୁଁ ପ୍ରଚାର କରିଛି ଏହାର ପ୍ରତିକ୍ରିୟା ବହୁତ ଭଲ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ମୁଦ୍ରାସ୍ଫୀତି ବିଷୟରେ କହୁ ନାହାଁନ୍ତି । ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ବିଜେପିକୁ ନେଇ ଜନସାଧାରଣଙ୍କ ମଧ୍ୟରେ କ୍ରୋଧ ରହିଛି । ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟାକୁ ନେଇ ଲୋକମାନେ ବହୁତ କଷ୍ଟ ଅନୁଭବ କରୁଛନ୍ତି । ଲୋକମାନେ ବିଜେପିକୁ ନେଇ ନିରାଶ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗରେ ସେ କିଛି କହୁନାହାନ୍ତି ବରଂ ସେ ଗତ ଦୁଇ ମାସ ଧରି ଇୟାଡୁସିଆଡ଼ୁ କଥା କହୁଛନ୍ତି ବୋଲି କହିଛନ୍ତି କେଜ୍ରିୱାଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+