କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଲେ କରୋନା ଟିକା । ଦ୍ୱୀତିୟ ପର୍ଯ୍ୟାୟ ଟୀକାକରଣ ସମୟରେ ଦିଲ୍ଲୀସ୍ଥିତ ଏମ୍ସରେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି ।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଲେ କରୋନା ଟିକା । ଦ୍ୱୀତିୟ ପର୍ଯ୍ୟାୟ ଟୀକାକରଣ ସମୟରେ ଦିଲ୍ଲୀସ୍ଥିତ ଏମ୍ସରେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । 'ଭାରତ ବାୟୋଟେକ୍' ଏବଂ 'ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ' (ଆଇସିଏମ୍ଆର୍) ଦ୍ୱାରା ସ୍ୱଦେଶରେ ପ୍ରସ୍ତୁତ 'କୋଭାକ୍ସିନ୍' ଟୀକା ଦିଆଯାଇଛି । ପୁଡୁଚେରୀର ସେବିକା ପି. ନିଭେଦା ମୋଦୀଙ୍କୁ ଟିକା ଲଗାଇଛନ୍ତି ।
Took my first dose of the COVID-19 vaccine at AIIMS.
Remarkable how our doctors and scientists have worked in quick time to strengthen the global fight against COVID-19.
I appeal to all those who are eligible to take the vaccine. Together, let us make India COVID-19 free! pic.twitter.com/5z5cvAoMrv
— Narendra Modi (@narendramodi) March 1, 2021
ଆଜିଠୁ ସାରାଦେଶରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣଜାରି ରହିଛି । ୧୦ ହଜାର ସରକାରୀ କେନ୍ଦ୍ର ଓ 20 ହଜାର ଘରୋଇ ହସପିଟାଲରେ ଟିକା ପ୍ରଦାନ କରାଯିବା ନେଇ ନିଷ୍ପତି ନେଇଛି ସ୍ବାସ୍ଥ୍ୟ ବିଭାଗ । ଏହି ପର୍ଯ୍ୟାୟରେ ବୟସ୍କ ଓ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ପ୍ରାଥମିକତା ଆଧାରରେ ଟିକା ପ୍ରଦାନ କରାଯିବ । ଏହି ଅଭିଯାନରେ60ରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ବିଭିନ୍ନ ଶାରୀରିକ ସମସ୍ୟା ଥିବା ୪୫ ବର୍ଷ ଏବଂ ତଦୂର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନେ ଟିକା ନେବେ । ଏଥିପାଇଁ ଲୋକେ ସୋମବାର ଅର୍ଥାତ୍ ଆଜି ସକାଳ 9ଟାରେ ଖୋଲିବାକୁ ଥିବା ସରକାରଙ୍କ Co-WIN2.0 ପୋର୍ଟାଲ୍ରେ ('କୋ-ଓ୍ଵିନ୍୨.୦) ନାମ ପଞ୍ଜିକରଣ କରାଇପାରିବେ ।