ରାଜକୁମାର କାହିଁକି ଚୁପ୍ ହେଲେ, ଅମ୍ବାନୀ-ଆଦାନୀଙ୍କ ଠୁ କେତେ ଟଙ୍କା ନେଇଛନ୍ତି ରାହୁଲ: ପିଏମ୍ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ମିଶନ ସାଉଥ ନଜର ପକାଇଛନ୍ତି । ସେ ବୁଧବାର ତେଲେଙ୍ଗାନାରେ ତିନୋଟି ସାଧାରଣ ସଭା କରିଥିଲେ । କରିମନଗରରେ ଅନୁଷ୍ଠିତ ସଭାରେ ସେ ରାହୁଲ ଗାନ୍ଧୀଙ୍କ ଅମ୍ବାନୀ-ଆଦାନୀଙ୍କୁ ନେଇ କଣ ପାଇଁ ଚୁପ୍ ରହିଛନ୍ତି ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ୫ ବର୍ଷ ଧରି ସକାଳୁ ଉଠିବା ମାତ୍ରେ କଂଗ୍ରେସର ରାଜକୁମାର ପାଞ୍ଚ ଜଣ ଶିଳ୍ପପତିଙ୍କ ନାମ ଜପ କରୁଥିଲେ । ତା'ପରେ ଅମ୍ବାନୀ-ଆଦାନୀ କହିବା ଆରମ୍ଭ କଲେ । ନିର୍ବାଚନ ଘୋଷଣା ହେବା ଦିନଠାରୁ ରାହୁଲ, ଅମ୍ବାନୀ ଏବଂ ଆଦାନୀଙ୍କ କଥା କହିବା ବନ୍ଦ କରି ଦେଇଛନ୍ତି ।

ଏବେ ତା'ହେଲେ ଭିତରେ କେଉଁ ଡିଲ ହୋଇଛି ଯାହାକୁ ନେଇ ଅମ୍ବାନୀ-ଆଦାନୀଙ୍କୁ ରାହୁଲ ଟାର୍ଗେଟ କରିବା ବନ୍ଦ କରିଦେଇଛନ୍ତି । ଏହି ୫ ବର୍ଷ ଭିତରେ ଗାଳି ଦେବା ପରେ ଏବେ କିଛି ଚୋରି ସାମଗ୍ରୀ ଘରେ ବୋଧେ ପହଞ୍ଚିଛି । ତେବେ ଏ ସମ୍ପର୍କରେ ରାଜକୁମାର ହିଁ ସ୍ପଷ୍ଟ କରିପାରିବେ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଯେହେତୁ ତାଙ୍କ ରାଫେଲ ମାମଲା ଭିତ୍ତିହୀନ, ସେଥିପାଇଁ ସେମାନେ ଆଉ ଏକ ଭିତ୍ତିହୀନ ପ୍ରସଙ୍ଗ ଦୋହରାଇବାକୁ ଲାଗିଲେ । ଶିଳ୍ପପତି ଆଦାନୀ-ଅମ୍ବାନୀଙ୍କୁ ଲଗାତାର ଟାର୍ଗେଟ କରିବାକୁ ଲାଗିଲେ ।

Narendra modi

କିନ୍ତୁ ନିର୍ବାଚନ ଘୋଷଣା ହେବା ପରଠାରୁ ସେମାନେ ଅମ୍ବାନୀ-ଆଦାନୀ କହିବା ବନ୍ଦ କରି ଦେଇଛନ୍ତି । ଆଜି ମୁଁ ତେଲଙ୍ଗାନାକୁ ପଚାରିବାକୁ ଚାହୁଁଛି ଯେ, ଏହି ରାଜକୁମାରମାନେ ନିର୍ବାଚନରେ ଅମ୍ବାନୀ-ଆଦାନୀଙ୍କଠାରୁ କେତେ ଟଙ୍କା ନେଇଛନ୍ତି ତାହା ସର୍ବସମ୍ମୁଖରେ ଘୋଷଣା କରନ୍ତୁ । ମୋଦୀ ଆହୁରି କହିଛନ୍ତି ଯେ, କଂଗ୍ରେସ ଏବଂ ବିଆରଏସ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ । ବିଜେପି ଦେଶ ପ୍ରଥମ ନୀତିରେ ବିଶ୍ୱାସ କରେ । କିନ୍ତୁ ସେପଟେ ତେଲେଙ୍ଗାନାରେ ପରିବାର ପ୍ରଥମ ନୀତି ଉପରେ କଂଗ୍ରେସ ଏବଂ ବିଆରଏସ କାମ କରୁଛି ।

କଂଗ୍ରେସ ଏବଂ ବିଆରଏସକୁ ଏକାଠି ବାନ୍ଧୁଥିବା ଏକମାତ୍ର ସୁତ୍ର ହେଉଛି ଦୁର୍ନୀତି । କଂଗ୍ରେସ ଏବଂ ବିଆରଏସ 'ଶୂନ୍ୟ ଶାସନ ମଡେଲ' ଅନୁସରଣ କରନ୍ତି । ତେଣୁ ଆମକୁ ତେଲେଙ୍ଗାନାକୁ ଏହି ଦଳର ଦୁର୍ନୀତିଗ୍ରସ୍ତ କବଳରୁ ରକ୍ଷା କରିବାକୁ ହେବ । ଦୁର୍ନୀତି ହେଉଛି କଂଗ୍ରେସ-ବିଆରଏସର ଏକ ସାଧାରଣ ଚରିତ୍ର । ଦୁହେଁ ପରସ୍ପର ଉପରେ ଦୁର୍ନୀତି ଅଭିଯୋଗ କରିଥାନ୍ତି । କିନ୍ତୁ, ପଛପଟରୁ, ଉଭୟ ସମାନ ଦୁର୍ନୀତି ଏକ ଅଂଶ ବୋଲି କହିଛନ୍ତି ମୋଦୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+