ପାର୍ବତୀ କୁ୍ଣ୍ତରେ ଶିବ ସାଧନା କଲେ ପ୍ରଧାନମନ୍ତ୍ରୀ ମୋଦି
PM Narendra Modi performs pooja at Parvati Kund: ଆଜି ଉତ୍ତରାଖଣ୍ତ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ପିଥୋରାଗଡରେ ପହଞ୍ଚିବା ପରେ ପାର୍ବତୀ କୁଣ୍ତରେ ପୂଜାର୍ଚ୍ଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ବ୍ରହ୍ମକମଳ ଦେଇ ମାତା ପର୍ବତୀ ଏବଂ ଭଗବାନ ଶିବଙ୍କର ପୂଜା କରିଛନ୍ତି । ଏହାପରେ ମୋଦି ଡମ୍ବରୁ ବଜାଇ ଆଳତୀ କରିଥିଲେ । କିଛି ସମୟ ମନ୍ଦିରେର ବିତାଇବା ସହ ଚାରିପାଖ ବୁଲି ଦେଖିଥିଲେ ।
ଉତ୍ତରପ୍ରଦେଶକୁ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଲେଖିଛନ୍ତି ଯେ, ଉତ୍ତରାଖଣ୍ଡର ଲୋକଙ୍କ କଲ୍ୟାଣ ତଥା ରାଜ୍ୟର ଦ୍ରୁତ ବିକାଶ ପାଇଁ ଆମ ସରକାର ପ୍ରତିବଦ୍ଧ। ଏହାକୁ ଆଗକୁ ବଢାଇବା ପାଇଁ ଆଜି ମୁଁ ପିଥୋରାଗଡ଼ରେ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବି । ଏଠାରେ ଗୁଞ୍ଜୀ ଗାଁର ଲୋକଙ୍କ ସହ ଯୋଗାଯୋଗ କରିବାର ଏକ ସୁଯୋଗ ମଧ୍ୟ ମିଳିବ । ଏହି ଗସ୍ତ ସମୟରେ ମୁଁ ଉତ୍ସାହର ସହିତ ପାର୍ବତୀ କୁଣ୍ଡ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱପୂର୍ଣ୍ଣ ଜୋଗଶ୍ୱର ଧାମରେ ପୂଜାପାଠ ପାଇଁ ଅପେକ୍ଷା କରିଛି' ।

ଆଜି ପ୍ରଧାନମନ୍ତ୍ରୀ ପ୍ରଥମେ ପଥୋରାଗଡର ଜୋଲିଂ କୋଙ୍ଗରେ ପହଁଞ୍ଚିଥିଲେ । ସେଠାରେ ସେ ଆଦି-କୌଳାଶଙ୍କ ପୂଜାର୍ଚ୍ଚଡନା କରିଛନ୍ତି । ମୋଦିଙ୍କ ଏହି ଗସ୍ତ ସମୟରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂହ ଧାମି ମଧ୍ୟ ଉପସ୍ଥିତ ଥିଲେ ।
#WATCH | Pithoragarh, Uttarakhand: PM Narendra Modi performs pooja at Parvati Kund.
PM Modi will also visit Gunji village to interact with local people, along with the Army, ITBP and BRO. pic.twitter.com/BPLv8eql5I
— ANI (@ANI) October 12, 2023
ଆଜି ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ତକୁ ୪୨ କୋଟି ଟଙ୍କା ପ୍ରକଳ୍ପର ଭେଟି ଦେବେ । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍, କ୍ରୀଡ଼ା ପରି ୨୩ଟି ଉନ୍ନୟନ ପ୍ରକଳ୍ପର ସ୍ଥାପନ ସହ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଓ କେନ୍ଦ୍ରମନ୍ତ୍ରୀ ଅଜୟ ଭଟ୍ଟ ମଧ୍ୟ ଉପସ୍ଥିତ ଅଛନ୍ତି ।












Click it and Unblock the Notifications