Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାର ବୀର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ, ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପ୍ରଧାନମନ୍ତ୍ରୀ

Netaji Subhas Chandra Bose Birthday: ଆଜି ଅର୍ଥାତ୍ ୨୩ ଜାନୁଆରୀ ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜନ୍ମବାର୍ଷିକୀ। ଆଜି ସାରା ଦେଶ ନିଜ ପ୍ରିୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଉଛି। ସେହିପରି ଆଜିର ଦିନକୁ "ପରାକ୍ରମ ଦିବସ" ଭାବରେ ମଧ୍ୟ ପାଳନ କରାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

୧୮୯୭ ଜାନୁଆରୀ ୨୩ରେ କଟକରେ ଜନ୍ମଗ୍ରହଣ କରିଥିଲେ ମହାପୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଯାହାଙ୍କ ବୀରତ୍ୱ ପାଇଁ ସେ ସାରା ଦେଶ ଗର୍ବିତ ହୋଇଛି । ନତାଜୀ ସୁଭାଷ ଚନ୍ଦ୍ର ବୋଷ ରାଜନୀତି ଓ ସ୍ୱାଧୀନତା ପାଇଁ ଲଢ଼େଇ କରୁଥିବା ବେଳେ ଅନ୍ୟଟେ ସେ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ମଧ୍ୟ ଥିଲେ । ତାଙ୍କ କିଶୋର ଜୀବନ ଆଧ୍ୟାତ୍ମିକ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥିଲା। ଆଜାଦ ହିନ୍ଦ ଫୌଜ ପ୍ରତିଷ୍ଠା ସମୟରେ ଯେତେବେଳେ ସେ ଜାପାନରେ ଥିଲେ, ସେତେବେଳେ ପ୍ରତିଦିନ ନିଜ କୋଠରୀରେ ଯୋଗ ଅଭ୍ୟାସ କରୁଥିଲେ। ସେ ନିଜ ପାଖରେ ଏକ ଭଗବତ୍ ଗୀତା ମଧ୍ୟ ରଖୁଥିଲେ ।

PM Narendra Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଚ ସେୟାର କରି ଲେଖିଛନ୍ତି, 'ଆଜି ପରାକ୍ରମ ଦିବସରେ, ମୁଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଅନନ୍ୟ। ସେ ସାହସ ଏବଂ ଧୈର୍ଯ୍ୟର ପ୍ରତୀକ ଥିଲେ। ତାଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିବା ପାଇଁ ଆମେ କାମ କରୁଥିବାବେଳେ ତାଙ୍କର ଦୃଷ୍ଟିକୋଣ ଆମକୁ ପ୍ରେରଣା ଦେଇ ଚାଲିଛି।

ପ୍ରଧାନମନ୍ତ୍ରୀ ମୋଦି ଆହୁରି ଲେଖିଛନ୍ତି, ଆଜି ପ୍ରାୟ ୧୧:୨୫ ସମୟରେ ମୁଁ ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ମୋର ବାର୍ତ୍ତା ରଖିବି । ମୁଁ କାମନା କରୁଛି ଯେ ଏହି ଦିନଟି ଆମର ଭବିଷ୍ୟତ ପିଢ଼ିକୁ ସୁଭାଷ ବାବୁଙ୍କ ପରି ସାହସର ସହିତ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପ୍ରେରଣା ଦେଉ। ଆପଣଙ୍କୁ କହିରଖୁଛୁ ଯେ ସୁଭାଷ ଚନ୍ଦ୍ର ବୋଷଙ୍କ ଐତିହ୍ୟକୁ କେବଳ ତାଙ୍କ ରାଜନୈତିକ ନେତୃତ୍ୱ ପାଇଁ ନୁହେଁ ବରଂ ଏକ ସଂଯୁକ୍ତ ଏବଂ ସ୍ୱାଧୀନ ରାଷ୍ଟ୍ର ଗଠନର ଦୃଷ୍ଟିକୋଣ ପାଇଁ ମଧ୍ୟ ମନେ ରଖାଯାଏ। ତାଙ୍କର ଅବଦାନ ଆଜି ମଧ୍ୟ ପିଢ଼ିକୁ ପ୍ରେରଣା ଦେଉଛି। ସୁଭାଷ ଚନ୍ଦ୍ର ବୋଷ ଜଣେ ନେତା ଥିଲେ ଯିଏ ଭାରତକୁ ମୁକ୍ତ କରିବା ପାଇଁ ସଶସ୍ତ୍ର ସଂଗ୍ରାମର ଶକ୍ତିରେ ବିଶ୍ୱାସ କରୁଥିଲେ।

ସୁଭାଷ ଚନ୍ଦ୍ର ବୋଷଙ୍କ ବିପ୍ଳବୀ ଚିନ୍ତାଧାରା ତାଙ୍କୁ ଭାରତୀୟ ଜାତୀୟ ସେନା (INA)ର ନେତା କରିଥିଲା। INS ହେଉଛି ଏକ ସଂଗଠନ ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତର ସ୍ୱାଧୀନତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଭାରତୀୟ ଜାତୀୟ କଂଗ୍ରେସ ସହିତ ତାଙ୍କର ବିବାଦୀୟ ସମ୍ପର୍କ ଭାଙ୍ଗିବା ଏବଂ ଅନ୍ୟ ନେତାମାନଙ୍କ ସହ ମତଭେଦ ସତ୍ତ୍ୱେ, ସ୍ୱାଧୀନତା ପାଇଁ ବୋଷଙ୍କ ଉତ୍ସର୍ଗ ଅଟଳ ରହିଥିଲା।

ଭାରତର ସ୍ୱାଧୀନତା ପାଇଁ ୧୯୪୧ରେ ଆଜାଦ 'ହିନ୍ଦ୍ ଫୌଜ' ପ୍ରତିଷ୍ଠା କରିଥିଲେ । ତାଙ୍କର ଲୋକପ୍ରିୟ ସ୍ଲୋଗାନ ହେଉଛି - 'ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ।' ନେତାଜୀଙ୍କ ଦଳ ଆଜାଜ୍ ହିନ୍ଦ ଫୌଜ୍ ପ୍ରଥମେ ଆଣ୍ତାମାନ ଓ ନିକୋବରକୁ ମୁକ୍ତ କରିଥିଲେ । ଜୁଲାଇ ୧୯୪୦ରେ, ଦେଶଦ୍ରୋହ ଅଭିଯୋଗରେ ବ୍ରିଟିଶ ସରକାର ଏବଂ ତତ୍କାଳୀନ ସରକାର ନେତାଜୀଙ୍କୁ ଗିରଫ କରିଥିଲେ । ଜେଲରେ ଅନସନ ଆରମ୍ଭ କରିଥିଲେ ବୋଷ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧିରେଧିରେ ବିଗିଡିବାରେ ଲାଗିବାରୁ ଭୟବିତ ହୋଇ ପଡିଥିଲେ ବ୍ରିଟିଶ ସରକାର । ଯାହା ପରେ ତାଙ୍କୁ ଡିସେମ୍ବରରେ ଆମ୍ବୁଲାନ୍ସରେ ଘରକୁ ପଠାଇବାର ନିଷ୍ପତ୍ତି ନେଇଥିଲା ଇଂରେଜ ସରକାର । ବେଙ୍ଗାଲୁରୁ ଜେଲରୁ ମୁକୁଳିବା ପରେ ମଧ୍ୟ ବୋଷଙ୍କ ଘରେ ଗୁପ୍ତଚର ରଖାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+