Get Updates
Get notified of breaking news, exclusive insights, and must-see stories!

ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ଦର୍ଶନ ଓ ପୂଜା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଉତ୍ତରପ୍ରଦେଶର ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ଦର୍ଶନ ଓ ପୂଜା କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

'ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରରେ ଦିବ୍ୟ ପୂଜନର ସୌଭାଗ୍ୟ ମିଳିଲା । ବ୍ରଜର ପ୍ରତି କୋଣରେ ଥିବା ଗିରିଧର ଗୋପାଳଙ୍କ ମନୋହର ଦର୍ଶନ ଭାବବିଭୋର କଲା । ମୁଁ ତାଙ୍କ ନିକଟରେ ଦେଶର ମୋର ସମସ୍ତ ପରିବାରଜନଙ୍କ ସୁଖ-ସମୃଦ୍ଧି ଓ କଲ୍ୟାଣ କାମନା କରିଛି ।'

ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ୍ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ ।

narendra modi

ଏହା ସହ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶର ମଥୁରାଠାରେ ସନ୍ଥ ମୀରାବାଇଙ୍କ ୫୨୫ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ସନ୍ଥ ମୀରାବାଇ ଜନ୍ମୋତ୍ସବରେ ଅଂଶଗ୍ରହଣ କରିଥିଲେ । ସନ୍ଥ ମୀରା ବାଇଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସ୍ମାରକୀ ଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିଥିଲେ । ସେ ଏକ ପ୍ରଦର୍ଶନୀରେ ବୁଲିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଥିଲେ । ଏହି ଅବସରରେ ସନ୍ଥ ମୀରାବାଇଙ୍କ ସ୍ମୃତିରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ସଭାକୁ ସମ୍ବୋଧିତ କରି ବ୍ରଜ ଭୂମିରେ ଏବଂ ବ୍ରଜବାସୀଙ୍କ ଗହଣରେ ଉପସ୍ଥିତ ଥିବାରୁ ଖୁସି ଓ କୃତଜ୍ଞତା ଜ୍ଞାପନ କରିଥିଲେ । ସେ ଏହି ଭୂମିର ଦିବ୍ୟ ମହତ୍ତ୍ୱ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ଭଗବାନ ଶ୍ରୀକୃଷ୍ଣ, ରାଧା ରାଣୀ, ମୀରା ବାଇ ଏବଂ ବ୍ରଜର ସମସ୍ତ ସନ୍ଥଙ୍କୁ ପ୍ରଣାମ କରିଥିଲେ । ମଥୁରାର ସାଂସଦ ଭାବରେ ଶ୍ରୀମତୀ ହେମା ମାଳିନୀଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସେ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିରେ ସେ ନିଜକୁ ସମ୍ପୂର୍ଣ୍ଣ ଭାବରେ ନିମଗ୍ନ କରିଛନ୍ତି ।

ଗୁଜରାଟ ସହିତ ଭଗବାନ କୃଷ୍ଣ ଏବଂ ମୀରାବାଈଙ୍କ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ତାଙ୍କ ମଥୁରା ଗସ୍ତକୁ ଆହୁରି ସ୍ୱତନ୍ତ୍ର କରିଥାଏ । "ଗୁଜରାଟ ଗସ୍ତ କରିବା ପରେ ମଥୁରାର କହ୍ନୈୟା ଦ୍ୱାରକାଧୀଶରେ ପରିଣତ ହୋଇଥିଲେ", ସେ କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ରାଜସ୍ଥାନରୁ ଆସି ମଥୁରାର କୋଣଅନୁକୋଣକୁ ସ୍ନେହ ଏବଂ ପ୍ରେମରେ ଭରି ଦେଇଥିବା ସନ୍ଥ ମୀରାବାଇ ଗୁଜରାଟର ଦ୍ୱାରକାରେ ତାଙ୍କ ଜୀବନର ଶେଷ ଦିନ ବିତାଇଥିଲେ । ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ବ୍ୟାପିଥିବା ଥିବା ବ୍ରଜ ଭୂମି ଦର୍ଶନ କରିବାର ସୁଯୋଗ ମିଳିବା ପରେ ଗୁଜରାଟର ଲୋକମାନେ ଏହାକୁ ଦ୍ୱାରକାଧୀଶଙ୍କ ଆଶୀର୍ବାଦ ବୋଲି ବିବେଚନା କରନ୍ତି ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ, ୨୦୧୪ ମସିହାରେ ସେ ବାରଣାସୀରୁ ସାଂସଦ ହେବା ପରଠାରୁ ଉତ୍ତରପ୍ରଦେଶର ଅଂଶ ବିଶେଷ ହୋଇ ରହି ଆସିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସନ୍ଥ ମୀରାବାଇଙ୍କ ୫୨୫ତମ ଜୟନ୍ତୀ କେବଳ ଏକ ଜୟନ୍ତୀ ନୁହେଁ ବରଂ ''ଭାରତରେ ପ୍ରେମର ବ୍ୟାପକ ସଂସ୍କୃତି ଏବଂ ପରମ୍ପରାର ଏକ ଉତ୍ସବ। ନର ଓ ନାରାୟଣ, ଜୀବ ଓ ଶିବ, ଭକ୍ତ ଓ ଭଗବାନଙ୍କୁ ଏକ ଭାବରେ ବିବେଚନା କରୁଥିବା ଚିନ୍ତାଧାରାର ଏକ ଉତ୍ସବ।''

ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ, ମୀରାବାଇ ବଳିଦାନ ଏବଂ ବୀରତ୍ୱର ଭୂମି ରାଜସ୍ଥାନରୁ ଆସିଥିଲେ । ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ୮୪ 'କୋଶ' ବ୍ରଜ ମଣ୍ଡଳ ଉଭୟ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର ଅଂଶ ବିଶେଷ। ମୀରାବାଇ ଭକ୍ତି ଓ ଆଧ୍ୟାତ୍ମିକତା ସହ ଭାରତୀୟ ଚେତନାକୁ ପୋଷଣ କରିଥିଲେ। ତାଙ୍କ ସ୍ମୃତିରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆମକୁ ଭାରତର ଭକ୍ତି ପରମ୍ପରା ସହିତ ଭାରତର ବୀରତ୍ୱ ଏବଂ ବଳିଦାନ ବିଷୟରେ ମନେ ପକାଇଦିଏ କାରଣ ରାଜସ୍ଥାନବାସୀ ଭାରତର ସଂସ୍କୃତି ଏବଂ ଚେତନାକୁ ରକ୍ଷା କରିବା ଲାଗି ପ୍ରାଚୀର ପରି ଅଟଳ ରହିଥିଲେ ।

''ଭାରତ ପ୍ରାଚୀନ କାଳରୁ ନାରୀ ଶକ୍ତିକୁ ସମ୍ମାନ ଦେଇ ଆସୁଛି'', ବୋଲି ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ରଜବାସୀମାନେ ହିଁ ଏହାକୁ ଅନ୍ୟ ମାନଙ୍କ ଅପେକ୍ଷା ଅଧିକ ସ୍ୱୀକାର କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, କହ୍ନେୟାଙ୍କ ଭୂମିରେ ପ୍ରତ୍ୟେକ ସ୍ୱାଗତ, ଅଭିଭାଷଣ ଏବଂ ସମ୍ବର୍ଦ୍ଧନା 'ରାଧେ ରାଧେ'ରୁ ଆରମ୍ଭ ହୋଇଥାଏ। "ରାଧାଙ୍କ ସହ ଯୋଡ଼ି ହେଲେ ହିଁ କୃଷ୍ଣଙ୍କ ନାମ ସମ୍ପୂର୍ଣ୍ଣ ହୋଇଯାଏ", ଶ୍ରୀ ମୋଦୀ କହିଥିଲେ। ଏହି ଆଦର୍ଶକୁ ସେ ଦେଶ ନିର୍ମାଣ ଏବଂ ସମାଜ ପାଇଁ ମାର୍ଗ ପ୍ରଶସ୍ତ କରିବା ଦିଗରେ ମହିଳାଙ୍କ ଅବଦାନକୁ ଶ୍ରେୟ ଦେଇଥିଲେ। ମୀରାବାଈଙ୍କୁ ଏକ ଉତ୍କୃଷ୍ଟ ଉଦାହରଣ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ତାଙ୍କ ଦ୍ୱାରା ଏକ କବିତା ପାଠ କରିଥିଲେ । ଆକାଶ ଏବଂ ପୃଥିବୀ ମଧ୍ୟରେ ଯାହା ବି ପଡ଼ିବ ତାହା ଦିନେ ଶେଷ ହୋଇଯିବ ବୋଲି କବିତାର ଅନ୍ତର୍ନିହିତ ବାର୍ତ୍ତାକୁ ସେ ବୁଝାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୀରାବାଇ ସେହି କଠିନ ସମୟରେ ଦେଖାଇ ଦେଇଛନ୍ତି ଯେ ଜଣେ ମହିଳାଙ୍କ ଆଭ୍ୟନ୍ତରୀଣ ଶକ୍ତି ସମଗ୍ର ବିଶ୍ୱକୁ ମାର୍ଗଦର୍ଶନ କରିବାରେ ସକ୍ଷମ । ସନ୍ଥ ରବିଦାସ ତାଙ୍କର ଗୁରୁ ଥିଲେ। ସନ୍ଥ ମୀରାବାଇ ମଧ୍ୟ ଜଣେ ମହାନ ସମାଜ ସଂସ୍କାରକ ଥିଲେ । ତାଙ୍କର ପଦ୍ୟାବଳୀଗୁଡ଼ିକ ଆଜି ବି ଆମକୁ ମାର୍ଗ ଦେଖାଇଥାଏ। ସେ ଆମକୁ ନିର୍ଦ୍ଦିଷ୍ଟ ଧାରଣାରେ ବାନ୍ଧି ହୋଇ ନ ରହି ଆମର ମୂଲ୍ୟବୋଧ ସହିତ ଜଡ଼ିତ ରହିବାକୁ ଶିକ୍ଷା ଦିଅନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଭାରତର ଅମରତ୍ୱ ଭାବନା ଉପରେ ଆଲୋକପାତ କରି କହିଥିଲେ, ଯେତେବେଳେ ଭାରତର ଚେତନା ଆକ୍ରମଣର ଶିକାର ହୋଇଛି କିମ୍ବା ଦୁର୍ବଳ ହୋଇଛି ସେତେବେଳେ ଦେଶର କୌଣସି ପ୍ରାନ୍ତରୁ ଏକ ଜାଗ୍ରତ ଶକ୍ତି ଉତ୍ସ ସର୍ବଦା ସୃଷ୍ଟି ହୋଇଛି । ସେ କହିଥିଲେ ଯେ, କିଛି ବିଶିଷ୍ଟ ବ୍ୟକ୍ତି ଯୋଦ୍ଧା ହୋଇଥିବା ବେଳେ କିଛି ସାଧୁ ହୋଇଥିଲେ। ଭକ୍ତି କାଳର ସନ୍ଥ ଦକ୍ଷିଣ ଭାରତର ଅଲୱର ଓ ନୟନାର ସନ୍ଥ ଏବଂ ଆଚାର୍ଯ୍ୟ ରାମାନୁଜାଚାର୍ଯ୍ୟ, ଉତ୍ତର ଭାରତର ତୁଲସୀଦାସ, କବୀରଦାସ, ରବିଦାସ ଓ ସୁରଦାସ, ପଞ୍ଜାବର ଗୁରୁ ନାନକ ଦେବ, ପୂର୍ବବଙ୍ଗର ଚୈତନ୍ୟ ମହାପ୍ରଭୁ, ଗୁଜରାଟର ନରସିଂହ ମେହେଟା ଏବଂ ପଶ୍ଚିମରେ ମହାରାଷ୍ଟ୍ରର ତୁକାରାମ ଓ ନାମଦେବଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ତ୍ୟାଗର ମାର୍ଗ ତିଆରି କରିଥିଲେ ଏବଂ ଭାରତର ଚେତନାକୁ ମଧ୍ୟ ଆକାର ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯଦିଓ ସେମାନଙ୍କ ଭାଷା ଓ ସଂସ୍କୃତି ପରସ୍ପରଠାରୁ ଭିନ୍ନ ଥିଲା, ତଥାପି ସେମାନଙ୍କ ବାର୍ତ୍ତା ସମାନ ଏବଂ ସେମାନେ ନିଜ ଭକ୍ତି ଏବଂ ଜ୍ଞାନ ଦ୍ୱାରା ସମଗ୍ର ଦେଶକୁ ଆଲୋକିତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ମଥୁରା ହେଉଛି 'ଭକ୍ତି ଆନ୍ଦୋଳନ'ର ବିଭିନ୍ନ ଧାରାର ସଙ୍ଗମସ୍ଥଳୀ। ସେ ମାଲୁକ ଦାସ, ଚୈତନ୍ୟ ମହାପ୍ରଭୁ, ମହାପ୍ରଭୁ ବଲ୍ଲଭଚାର୍ଯ୍ୟ, ସ୍ୱାମୀ ହରି ଦାସ ଏବଂ ସ୍ୱାମୀ ହିତ ହରିବଂଶ ମହାପ୍ରଭୁଙ୍କ ଉଦାହରଣ ଦେଇଥିଲେ, ଯେଉଁମାନେ ଦେଶରେ ନୂତନ ଚେତନା ଜାଗ୍ରତ କରାଇଥିଲେ । ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରେ ଆଜି ଏହି ଭକ୍ତି ଯଜ୍ଞକୁ ଆଗେଇ ନିଆଯାଉଛି ବୋଲି ସେ କହିଥିଲେ ।

ଭାରତର ଗୌରବମୟ ଅତୀତର ଭାବନାରୁ ବଞ୍ଚିତ ଲୋକମାନେ ଦାସତ୍ୱର ମାନସିକତାରୁ ନିଜକୁ ମୁକ୍ତ କରି ପାରିନଥିବାରୁ ମଥୁରାକୁ ସେଭଳି ଗୁରୁତ୍ୱ ମିଳୁନାହିଁ ଏବଂ ବ୍ରଜ ଭୂମି ବିକାଶରୁ ବଞ୍ଚିତ ରହିଛି ବୋଲି କହି ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଅମୃତ କାଳର ଏହି ସମୟରେ ଦେଶ ପ୍ରଥମ ଥର ପାଇଁ ଦାସତ୍ୱ ମାନସିକତାରୁ ବାହାରିଛି । ସେ କହିଛନ୍ତି ଯେ ଲାଲକିଲ୍ଲାର ପ୍ରାଚୀରରୁ ପଞ୍ଚ ପ୍ରାଣ ଶପଥ ନିଆଯାଇଛି। କାଶୀ ବିଶ୍ୱନାଥ ଧାମ, କେଦାର ନାଥ ଧାମର ପୁନର୍ବିକାଶ ଏବଂ ଶ୍ରୀରାମ ମନ୍ଦିରର ଆଗାମୀ ଉଦଘାଟନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିକାଶର ଏହି ଦୌଡ଼ରେ ମଥୁରା ଏବଂ ବ୍ରଜ ପଛରେ ରହିବେ ନାହିଁ। ବ୍ରଜର ବିକାଶ ପାଇଁ 'ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ' ପ୍ରତିଷ୍ଠା ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଭକ୍ତଙ୍କ ସୁବିଧା ଓ ତୀର୍ଥଯାତ୍ରାର ବିକାଶ ପାଇଁ ଏହି ପରିଷଦ ଅନେକ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।

ସମଗ୍ର ଅଞ୍ଚଳ କାହ୍ନାର 'ଲୀଳା' ସହ ଜଡ଼ିତ ବୋଲି ଶ୍ରୀ ମୋଦୀ ଦୋହରାଇଥିଲେ । ବ୍ରଜ ଅଞ୍ଚଳ ଅଧୀନରେ ଥିବା ମଥୁରା, ବୃନ୍ଦାବନ, ଭରତପୁର, କରୌଲି, ଆଗ୍ରା, ଫିରୋଜାବାଦ, କାସଗଞ୍ଜ, ପଲୱାଲ, ବଲ୍ଲଭଗଡ଼ ଭଳି ସ୍ଥାନର ଉଦାହରଣ ସେ ଦେଇଥିଲେ ଯାହା ବିଭିନ୍ନ ରାଜ୍ୟରେ ପଡ଼େ । ବିଭିନ୍ନ ରାଜ୍ୟ ସରକାରଙ୍କ ସହଯୋଗରେ ଭାରତ ସରକାର ଏହି ସମଗ୍ର ଅଞ୍ଚଳର ବିକାଶ ପାଇଁ ପ୍ରୟାସ କରୁଛନ୍ତି ବୋଲି ସେ ସୂଚନା ଦେଇଥିଲେ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ବ୍ରଜ ଅଞ୍ଚଳ ଏବଂ ଦେଶରେ ଘଟୁଥିବା ପରିବର୍ତ୍ତନ ଓ ବିକାଶ କେବଳ ବ୍ୟବସ୍ଥାର ପରିବର୍ତ୍ତନ ନୁହେଁ ବରଂ ଦେଶର ପୁନଃଜାଗ୍ରତ ଚେତନାର ପରିବର୍ତ୍ତିତ ପ୍ରକୃତିର ପ୍ରତୀକ । "ମହାଭାରତ ଏହି ପ୍ରମାଣ ଦେଇଥାଏ ଯେ ଭାରତ ଯେଉଁଠାରେ ପୁନର୍ଜନ୍ମ ନେଇଛି, ତା' ପଛରେ ନିଶ୍ଚୟ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ରହିଛି।" ସେ ଶେଷରେ କହିଥିଲେ ଯେ ଦେଶ ଏହାର ସଂକଳ୍ପ ପୂରଣ କରିବ ଏବଂ ଏକ ବିକଶିତ ଭାରତ ନିର୍ମାଣ କରିବ।

ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଶ୍ରୀ ବ୍ରଜେଶ ପାଠକ ଏବଂ ମଥୁରା ସାଂସଦ ଶ୍ରୀମତୀ ହେମା ମାଳିନୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+