ଜାମ୍ମୁ-କଶ୍ମୀରକୁ ମୋଦୀଙ୍କ ୬,୪୦୦ କୋଟିର ଭେଟି: କ୍ୟାନ୍ସର ହସ୍ପିଟାଲ ସହ ଖୋଲିବ AIIMS, IIT, IIM

PM Modi in Kashmir: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀନଗରର ବକ୍ସି ଷ୍ଟାଡିୟମରେ 6,400 କୋଟି ଟଙ୍କାର 53 ଟି ପ୍ରକଳ୍ପର ଉଦଘାଟନ ଏବଂ ଶୁଭାରମ୍ଭ କରିଛନ୍ତି। ବର୍ତ୍ତମାନ ସେ ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ ମୋଦୀ । କାଶ୍ମୀର ଇତିହାସରେ ଏପର୍ଯ୍ୟନ୍ତ ଏହା ହେଉଛି ସବୁଠାରୁ ବଡ ରାଲି।

PM Modi in Kashmir

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଜାମ୍ମୁ କାଶ୍ମୀରର ପ୍ରାୟ 1000 ନୂତନ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ଏବଂ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ମଧ୍ୟ ଯୋଗାଯୋଗ କରିଛନ୍ତି।

ପିଏମ ମୋଦୀଙ୍କ କାର୍ଯ୍ୟକ୍ରମରେ କାଶ୍ମୀରର ଚାରି ଝିଅ ନିଜ କର୍ମକ୍ଷେତ୍ର ଅନୁଭୂତି କହିଥିଲେ । ସେ କହିଥିଲେ ବେକରୀ କ୍ଷେତ୍ରରେ ସେ କିପରି ପରବର୍ତ୍ତନ ଆଣୁଛନ୍ତି, ଏପରି ଜୀନିଷ ତିଆରି ହେଉଛି ଯାହାକୁ ମଧୁମେହ ରୋଗୀମାନେ ମଧ୍ୟ ଖାଇପାରିବେ । ତେବେ ଏହି କାମ ପାଇଁ ତାଙ୍କୁ ସରକାରୀ ଯୋଜନାରୁ ସମ୍ପୁର୍ଣ୍ଣ ସାହାଯ୍ୟ ମଧ୍ୟ ମିଳିପାରୁଛି ।

ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯେ ଗତ 10 ବର୍ଷ ମଧ୍ୟରେ ଆମ ସରକାର ଆପଣଙ୍କ ପରି ଯୁବକମାନଙ୍କର ଷ୍ଟାର୍ଟଅପ୍ ସ୍ୱପ୍ନ ପୂରଣ କରିଛନ୍ତି। ଆମ ସରକାର ନିଶ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି ଯେ ଦେଶର ଯୁବକମାନେ ସମ୍ବଳ ଏବଂ ଅର୍ଥ ଅଭାବର ସମ୍ମୁଖୀନ ନ ହୁଅନ୍ତୁ। ଆମର ଯୁବ ବନ୍ଧୁମାନେ ଉଚ୍ଚ ଆତ୍ମବିଶ୍ୱାସ ​​ସହିତ ନୂତନ କ୍ଷେତ୍ରରେ ପାଦ ଦେବା ଉଚିତ୍ ।


ତେବେ ଜାମ୍ମୁ-କାଶ୍ମୀରରେ 2ଟି ଏମ୍ସ, ଆଇଆଇଟି, ଆଇଆଇଟିଏମ୍ ସହ 2 ବଡ଼ କ୍ୟାନ୍ସର ଡାକ୍ତରଖାନା କରାଯିବା ନେଇ ଘୋଷଣଆ କରାଯାଇଛି । ଯେଉଁଥି ପାଇଁ ଆଜି 6400 କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଆସନ୍ତ ବର୍ଷ ମଧ୍ୟରେ ଜାମ୍ମୁ-କାଶ୍ମୀରରେ ଦ୍ରୁତ ଗତିରେ ବିକାଳ ମୂଳକ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ମୋଦି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+