ପ୍ରଧାନମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା, କହିଲେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ୧୧ ଦିନ ପର୍ଯ୍ୟନ୍ତ କରିବେ ସ୍ୱତନ୍ତ୍ର ଉପାସନା

Ram Temple: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି । ମୋଦି କହିଛନ୍ତି ଯେ, ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆଉ ମାତ୍ରା ୧୧ ଦିନ ରହିଲା, ଏହି ଶୁଭ ଉତ୍ସବର ସାକ୍ଷୀ ହେଉଥିବାରୁ ସେ ଭାଗ୍ୟବାନ୍। ମୋଦି ଆହୁରି କହିଛନ୍ତି, ପ୍ରଭୁ ଶ୍ରୀରାମ ଏହି ଅବସରରେ ଦେଶବାସୀଙ୍କ ପ୍ରତିନିଧିତ୍ୱ କରିବାକୁ ମୋତେ ସୃଷ୍ଟି କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଏକ ଟୁଇଟ୍‌ରେ କହିଛନ୍ତି, ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମାତ୍ର 11 ଦିନ ବାକି ରହିଲା । ଏହି ଶୁଭ ଅବସରର ସାକ୍ଷୀ ହେବାର ସୌଭାଗ୍ୟ ଲାଭ କରୁଥିବାରୁ ମୁଁ ନିଜକୁ ଧନ୍ୟମନେ କରୁଛି । ପ୍ରଭୁ ଶ୍ରୀରାମ ଏହି ଅବସରରେ ଦେଶବାସୀଙ୍କ ପ୍ରତିନିଧିତ୍ୱ କରିବାକୁ ମୋତେ ସୃଷ୍ଟି କରିଛନ୍ତି ।

 PM Narendra Modi

ଏହାକୁ ଦୃଷ୍ଟିରେ ରଖି ଆଜିଠୁ ୧୧ ଦିନ ପର୍ଯ୍ୟନ୍ତ ଏକ ବିଶେଷ ଅନୁଷ୍ଠାନ ଆରମ୍ଭ କରୁଛି । ଏଥିଲାଗି ମୁଁ ଆପଣ ସମସ୍ତଙ୍କଠାରୁ ଆଶୀର୍ବାଦ ଭିକ୍ଷା କରୁଛି ବୋଲି ଏହି ଅଡିଓ ବାର୍ତ୍ତାରେ ମୋଦି କହିଛନ୍ତି । ମୋଦି ଆହୁରି ଏହିଭଳି ମୁହୂର୍ତ୍ତରେ ନିଜ ଭାବନାକୁ ଶଦ୍ଦରେ ପ୍ରକାଶ କରିବା ପାଇଁ କଷ୍ଟସାଧ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଏପରି ସମୟ ଅର୍ଥାତ୍ ଏହି ୧୧ ଦିନ ମୁଁ ରାମଙ୍କ ଭକ୍ତିରେ ଲୀନ ହୋଇ ଯାଇଛି । ଏକ ଅଲଗା ପ୍ରକାର ଭାବ- ଭକ୍ତିରେ ବାନ୍ଧି ହୋଇ ଯାଇଛି। ହେଲେ ଏହି ଅନୁଭୂତିକୁ ମୁଁ ଶଦ୍ଦରେ ପରିପ୍ରକାଶ କିର ପାରିବି ନାହିଁ । ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବା ପାଇଁ ଯାଉଛି । ତେବେ ଏହି ସ୍ୱପ୍ନ ପୂରଣ ହେବାକୁ ଯାଉଛି ଏବଂ ଏହି ସମୟରେ ମୁଁ ଉପସ୍ଥିତ ରହୁଥିବାରୁ ନିଜକୁ ଧନ୍ୟମନେ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+