ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
PM Narendra Modi France Visit: ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ୟାରିସ୍ ଏୟାରପୋର୍ଟରେ ମୋଦିଙ୍କୁ ଭବ୍ୟ ସ୍ୱାଗତ ସଂବର୍ଦ୍ଧନା କରିଛନ୍ତି ଫ୍ରାନ୍ସ ପ୍ରଧାନମନ୍ତ୍ରୀ । ଏହା ମୋଦିଙ୍କର ଷଷ୍ଠ ଫ୍ରାନ୍ସ ଯାତ୍ରା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସର ହୋଟେଲ ପ୍ଲାଜା ଆଥେନିରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଭାରତୀୟ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ହୋଟେଲ ବାହାରେ ଏକାଠି ହୋଇଥିବା ନଜର ଆସିଥିଲେ । 'ଭାରତ ମାତା କି ଜୟ' ଏବଂ 'ଭନ୍ଦେ ମାତରାମ'ର ସ୍ଲୋଗାନ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସରେ ପହଞ୍ଚିବା ପରେ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି ।

ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ଜୁଲାଇ 15 ରେ ପ୍ରଧାନମନ୍ତ୍ରୀ ମୋଦି ୟୁଏଇରେ ପହଞ୍ଚିବେ। ଏଠାରେ ସେ ୟୁଏଇର ରାଷ୍ଟ୍ରପତିଙ୍କୁ ଭେଟିବେ, ଯେଉଁଠାରେ ତାଙ୍କୁ ଏକ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ । ଏଠାରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ ଏବଂ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ନେଇ ସୂଚନା ରହିଛି ।












Click it and Unblock the Notifications