PM Narendra Modi Rozgar Mela News: ୫୧,୦୦୦ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ
Rozgar Mela: ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି । ମଙ୍ଗଳବାର ସକାଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତି ମେଳାର ଉଦଘାଟନ କରିଛନ୍ତି । ନିଯୁକ୍ତି ମେଳାର ଉଦଘାଟନ କରିବା ସହ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ପାଇଁ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟନ କଲେ ପ୍ରଧାନମନ୍ତ୍ରୀ । ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ୪୬ଟି ସ୍ଥାନରେ ଆୟୋଜିତ ନିଯୁକ୍ତି ମେଳାରେ ଉପସ୍ଥିତ ଯୁବକ-ଯୁବତୀଙ୍କୁ ସମ୍ବୋଧମ କରିଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୧୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ଭାବେ ପରିଣିତ ହେବ ଏବଂ ବିଶ୍ୱରେ ତୃତୀୟ ସ୍ଥାନରେ ରହିବ । ସତରେ ନୂଆ ଭାରତର ଚମତ୍କାର କରୁଛି ।
ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତି ପତ୍ର ଗ୍ରହଣ କରିଥିବା ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ନିଯୁକ୍ତି ମେଳାରେ ସରକାରୀ କାର୍ଯ୍ୟରେ ଯୋଗ ଦେଇଥିବା ସମସ୍ତ ପ୍ରାର୍ଥୀଙ୍କୁ ଅଭିନନ୍ଦନ। ଆପଣ ସମସ୍ତେ କଠିନ ପରିଶ୍ରମ ପରେ ଏହି ସଫଳତା ହାସଲ କରିଛନ୍ତି । ଆପଣ ଲକ୍ଷ ଲକ୍ଷ ପ୍ରାର୍ଥୀଙ୍କ ମଧ୍ୟରୁ ମନୋନୀତ ହୋଇଛନ୍ତି । ଆଗକୁ ନିଜ କାର୍ଯ୍ୟ ମାଧ୍ୟମରେ ଦେଶବାସୀଙ୍କୁ ସେବା ଯୋଗାଇଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ।
PM Shri @narendramodi distributes appointment letters to the newly inducted recruits during Rozgar Mela. https://t.co/gEuZuchtqu
— BJP (@BJP4India) September 26, 2023
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, 2047 ସୁଦ୍ଧା ଦେଶ ଏକ ବିକଶିତ ଭାରତ ହେବା ପାଇଁ ଯାଉଛି । ଆସନ୍ତା କିଛି ବର୍ଷ ମଧ୍ୟରେ ଆମେ ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛୁ ... ଏହି କ୍ରମରେ ପ୍ରତ୍ୟେକ ସରକାରୀ କର୍ମଚାରୀ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ଆପଣଙ୍କୁ ସର୍ବଦା ନାଗରିକଙ୍କ ପାଇଁ କାର୍ଯ୍ୟ କରିବାକୁ ପଡିବ । ନିଜ କାର୍ଯ୍ୟ କ୍ଷେତ୍ରରେ ଆପଣ ମାନଙ୍କୁ ଟେକ୍ନୋଲୋଜିର ବ୍ୟବହାର କରିବାକୁ ପଡିବ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଗତ 9 ବର୍ଷ ମଧ୍ୟରେ ଆମର ଯୋଜନା ଆହୁରି ବଡ ଲକ୍ଷ୍ୟ ହାସଲ ପାଇଁ ଯାଉଛି । ଆମର ନୀତି ନୂତନ ମାନସିକତା, ବିଷୟବସ୍ତୁ ମନିଟରିଂ, ମିଶନ୍ ମୋଡ୍ କାର୍ଯ୍ୟକାରିତା ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ଉପରେ ଆଧାରିତ । 9 ବର୍ଷରେ ସରକାର ମିଶନ ମୋଡ ଉପରେ ନୀତି ପ୍ରଣୟନ କରିଛନ୍ତି ।
ସୂଚନାଥାଉ ଯେ, ଚଳିତ ବର୍ଷ ଅଗଷ୍ଟ ୨୮ରେ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା ଏବଂ ଏଥିରେ 51,000 ଯୁବକ-ଯୁବତୀଙ୍କ ସରକାରୀ ଚାକିରୀ ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଥିଲା । ସେହିପରି ଗୃହ ମନ୍ତ୍ରଣାଳୟର ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ନିଯୁକ୍ତ ପତ୍ର ବଣ୍ଟନ କରାଯାଇଛି । ଏହା ଅଧୀନରେ CRPF, BSF, SSB, ଆସାମ ରାଇଫଲ୍ସ, ସିଏସ୍ଏଫ୍, ଆଇଟିବିପି, ଏନସିବି ଏବଂ ଦିଲ୍ଲୀ ପୋଲିସରେ ଯୁବକମାନଙ୍କୁ ନିଯୁକ୍ତି ଦିଆଯାଇଥିଲା।












Click it and Unblock the Notifications