ପ୍ରୋଫାଇଲ ଫଟୋ ବଦଳାଇଲେ ପ୍ରଧାନମନ୍ତ୍ରୀ
PM Narendra Modi News: ଦେଶର ୭୭ତମ ସ୍ୱାଧୀନତା ଦିବସର ଛଅ ଦିନ ପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାଇକ୍ରୋବ୍ଲଗିଂ ସାଇଟ୍ 'X'ରେ ଫଟୋ ବଦଳାଇଛନ୍ତି । ପ୍ରୋଫାଇଲ୍ ଫଟୋରେ ସେ ଭାରତର ଜାତୀୟ ପତାକା ରଖିଛନ୍ତି । "ହର ଘର ତ୍ରିରଙ୍ଗା" ଅଭିଯାନର ତୃତୀୟ ସଂସ୍କରଣକୁ ପ୍ରୋତ୍ସାହିତ କରିବା ସହ ପିଏମ ମୋଦି ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନଙ୍କର ପ୍ରୋଫାଇଲ୍ ଫଟୋକୁ ବଦଳାଇ ଭାରତର ଜାତୀୟ ପତାକା ରଖିବା ପାଇଁ ଏବଂ ପୁନର୍ବାର "ହର ଘର ତିରଙ୍ଗା" କୁ ସ୍ମରଣୀୟ କରିବା ସହ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଅନୁରୋଧ କରିଛନ୍ତି ।

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ ଗୁରୁବାର କହିଛନ୍ତି ଯେ ୭୮ ତମ ସ୍ୱାଧୀନତା ଦିବସ ପାଳନ ପାଇଁ 'ହର ଘର ତିରଙ୍ଗା' ଅଭିଯାନର ତୃତୀୟ ସଂସ୍କରଣ ଅଗଷ୍ଟ ୯ ରୁ ୧୫ ପର୍ଯ୍ୟନ୍ତ ପାଳନ କରାଯିବ। ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ ନାଗରିକମାନଙ୍କୁ ନିଜ ଘରେ ତ୍ରିରଙ୍ଗା ଲଗାଇ ପତାକା ସହିତ ସେଲଫି ନେବା ଏବଂ HGT ପୋର୍ଟାଲରେ ଅପଲୋଡ୍ କରିବାକୁ କହିଛନ୍ତି।













Click it and Unblock the Notifications