ଏତିକି ବର୍ଷରେ ୨୫ କୋଟି ଲୋକ ଗରିବରୁ ବାହାରିଛନ୍ତି: ପିଏମ୍ ମୋଦି
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ଦ୍ୱାରା ଆୟୋଜିତ ପୋଷ୍ଟ ବଜେଟ୍ କନ୍ଫରେନ୍ସକୁ ସମ୍ବୋଧିତ କରି କହିଛନ୍ତି ଆଜି ଭାରତ ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୈତିକ ଶକ୍ତି । ଖୁବ୍ଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନେତିକ ଶକ୍ତି ହେବ । ନିର୍ବାଚନ ପୂର୍ବରୁ ଆମେ ଯାହା ଆଲୋଚନା କରୁ, ନିର୍ବାଚନ ପରେ ଆମେ ଏହାକୁ ଭୁଲିଯାଉ । ମୁଁ ସେପରି ନୁହେଁ ।
ମୁଁ ଏହା କହିଥିଲି ମୋର ତୃତୀୟ ଅବଧି ଦେଶ ତିନି ନମ୍ବର ଅର୍ଥନୀତିରେ ପରିଣତ ହେବ । ଆମେ ଭାରତକୁ ସେହି ବଡ଼ ସଙ୍କଟରୁ ବାହାର କରି ଏହି ଉଚ୍ଚତାକୁ ଆଣିଛୁ । ବଜେଟ ୧୬ ଲକ୍ଷରୁ ୪୮ ଲକ୍ଷ କୋଟିରେ ପହଞ୍ଚିଛି । ଏତେ ବଡ କରୋନା ମହାମାରୀ ସତ୍ତ୍ୱେ ଭାରତର ଆର୍ôଥକ ଚତୁରତା ସମଗ୍ର ବିଶ୍ୱ ପାଇଁ ଏକ ଆଦର୍ଶ ଅଟେ ।

ବିଶ୍ୱ ଅଭିବୃଦ୍ଧିରେ ଭାରତର ଅଂଶଗ୍ରହଣ ୧୬%କୁ ବୃଦ୍ଧି ପାଇଛି । ଆଜି ଦେଶ ଏକ ବିକଶିତ ଭାରତର ସଂକଳ୍ପ ନେଇ ଚାଲିଛି । ଗତ ଦଶ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରି ଆସିଛନ୍ତି । ଆମେ ଦେଶର ନାଗରିକଙ୍କ ଜୀବନଶୈଳୀ ଉପରେ ଧ୍ୟାନ ଦେଉଛୁ । ଆମେ ଦକ୍ଷତା ବିକାଶ ଏବଂ ରୋଜଗାର ଉପରେ ଧ୍ୟାନ ଦେଇଛୁ ।












Click it and Unblock the Notifications