Get Updates
Get notified of breaking news, exclusive insights, and must-see stories!

Kargil Vijay Diwas: ସହିଦଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶ୍ରଦ୍ଧାଞ୍ଜଳି

Kargil Vijay Diwas: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଗିଲ ବିଜୟର ୨୫ତମ ବାର୍ଷିକୀ ଅବସରରେ ଦେଶର ସାହସୀ ଶହୀଦ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଡ୍ରାସର୍ କାରଗିଲ ଯୁଦ୍ଧ ମେମୋରିଆଲରେ ପହଞ୍ଚି ଶହୀଦ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିପରି ଶିଙ୍କୁନ୍ ଲା ଟନେଲ୍ ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ କରିବେ ମୋଦି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯିବ । ଡ୍ରାସରେ ଅବସ୍ଥିତ କାର୍ଗିଲ ଯୁଦ୍ଧ ମେମୋରିଆଲ ନିକଟରେ ସୁରକ୍ଷାକୁ ଯଥେଷ୍ଟ ବୃଦ୍ଧି କରାଯାଇଛି ଶିଙ୍କୁନ୍ ଲା ଟନେଲ୍ ପ୍ରକଳ୍ପରେ ନିମୁ-ପାଦୁମ୍-ଡାର୍ଚା ରାସ୍ତାରେ ପ୍ରାୟ 15,800 ଫୁଟ ଉଚ୍ଚରେ 4.1 କିଲୋମିଟର ଲମ୍ବା ଟ୍ୱିନ୍-ଟ୍ୟୁବ୍ ଟନେଲ୍ ନିର୍ମାଣ ଅନ୍ତର୍ଭୁକ୍ତ । ଏହି ଟନେଲର ଉଦ୍ଦେଶ୍ୟ ହେଉଛି ଲେହକୁ ସବୁ-ପାଣିପାଗରେ ସଂଯୋଗ ଯୋଗାଇବା ।

Kargil Vijay Diwas

ଏହି ଟନେଲ୍ ସମାପ୍ତ ହେବା ପରେ ଏହା ଦୁନିଆର ସର୍ବୋଚ୍ଚ ଟନେଲ୍ ହେବ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି ଯେ, 26 ଜୁଲାଇ ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ବିଶେଷ ଦିନ। ଆମେ କାର୍ଗିଲ ବିଜୟ ଦିବସର 25 ତମ ବାର୍ଷିକୀ ପାଳନ କରୁଛୁ । ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଦେଶର ଯବାନଙ୍କୁ ମନେ ପକାଇବାର ଦିନ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କାର୍ଗିଲ ବିଜୟ ଦିବସ ଅବସରରେ ସହିଦ ଯବାନ ମାନଙ୍କୁ ସ୍ମରଣ କରିଛନ୍ତି।

ସୂଚନାଥାଉ ଯେ, କାର୍ଗିଲ ଯୁଦ୍ଧରେ ଭାରତୀୟ ସେନାର ୫୦୦ରୁ ଅଧିକ ଅଧିକାରୀ ଏବଂ ସୈନିକ ପ୍ରାଣ ହରାଇଥିଲେ ସେହିପରି କାର୍ଗିଲ ଯୁଦ୍ଧରେ ପ୍ରାୟ ୬୯୬ ପାକିସ୍ତାନୀ ସୈନିକ ନିହତ ହୋଇଥିଲେ । ୧୯୪୭ ମସିହାରେ ଭାରତ ବିଭାଜନ ପୂର୍ବରୁ କାର୍ଗିଲ ଲଦାଖର ବାଲ୍ଟିସ୍ତାନ ଜିଲ୍ଲାର ଏକ ଅଂଶ ଥିଲା । କାଶ୍ମୀର ଯୁଦ୍ଧ ପରେ ଏହା ପ୍ରଥମେ LoC ରୁ ଅଲଗା ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+