Get Updates
Get notified of breaking news, exclusive insights, and must-see stories!

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି: ପ୍ରାଣ ପ୍ରତିଷ୍ଠା ସମାରୋହରେ ଯଜମାନୀ କରିବେ ମୋଦି

PM Narendra Modi Arrived In Ayodhya: ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାରେ ପହଞ୍ଚିଛନ୍ତି। ଆଉ କିଛି ସମୟ ମଧ୍ୟରେ ସେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ରୀତିନୀତିରେ ଅଂଶଗ୍ରହଣ କରିବେ । ପ୍ରାଣ ପ୍ରତିଷ୍ଠା ସମାରୋହରେ ଯଜମାନୀ କରିବେ ମୋଦି । ତେବେ ଭବ୍ୟ ବିଗ୍ରହର ପ୍ରାଣପ୍ରତିଷ୍ଠା ଲାଗି ମାହେନ୍ଦ୍ର ବେଳା ନିର୍ଦ୍ଧାରିତ ହୋଇସାରିଛି । ୧୨.୧୫ରୁ ୧୨.୪୫ ଯାଏଁ ୩୦ ମିନିଟର ମାହେନ୍ଦ୍ର ବେଳା ରହିଛି । ୧୨:୨୯:୦୮ ରୁ ୧୨:୩୦:୩୨ ପର୍ଯ୍ୟନ୍କ ଅଭିଜିତ ମୁହୂର୍ତ୍ତ ରହିଛି । ମାତ୍ର ୮୪ ସେକେଣ୍ତର ଅଭିଜିତ ମୁହୂର୍ତ୍ତ ମଧ୍ୟରେ କରାଯିବ ପ୍ରାଣ ପ୍ରତିଷ୍ଠା ।

ଅଯୋଧ୍ୟା ଏୟାରପୋର୍ଟରେ ପହଞ୍ଚି ସିଧାସଳଖ ହେଲିକପ୍ଚର ଯୋଗେ ମନ୍ଦିର ନିକଟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାମନ୍ତ୍ରୀ ମୋଦିଙ୍କୁ ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କରିଛନ୍ତି ।

PM Narendra Modi

ସୂଚନା ରହିଛି ଯେ, ପ୍ରାଣ ପ୍ରତିଷ୍ଠା ପରେ ରାମ ଲାଲାଙ୍କ ଆଖିରୁ ପଟି ହଟାଇ ଦିଆଯିବ । ଆଖିରୁ ପଟି ଖୋଲିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ପ୍ରଭୁ ରାମାଙ୍କ ସାମ୍ନାରେ ଏକ ଆଇନା ରଖାଯିବ । ଯେଉଁଥିରେ ନିଜ ମୂର୍ତ୍ତିର ଦର୍ଶନ କରିବେ ରାମ ଲାଲା । ଏହାପରେ ଶ୍ରୀ ରାମାଙ୍କ ପ୍ରତିମୂର୍ତ୍ତିକୁ କାଜଲ୍ ଲଗାଯିବ ବା ଶୃଙ୍ଗାର କରାଯିବ ଏବଂ ଭୋଗ ଲାଗି କରାଯିବ ।

ସେହିପରି ଅଯୋଧ୍ୟାରେ ଉପସ୍ଥିତ ଅଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ । ମହାରାଜାଙ୍କ ସହ ମହାରାଣୀ ଲୀଳାବତୀ ପାଟ୍ଟମହାଦେଇ ମଧ୍ୟ ଉପସ୍ଥିତ ଅଛନ୍ତି । ଅନ୍ୟପକ୍ଷରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବା ପାଇଁ ଅଯୋଧ୍ୟାରେ ପହଞ୍ଚିଲେ ବଲିଉଡ ସେଲିବ୍ରିଟି । ମାଧୁରୀ ଦୀକ୍ଷିତ, ବିକି କୌଶଲ, କ୍ୟାଟ୍ରିନା କୈଫ, ଆୟୁଷ୍ମାନ ଖୁରାନା, ରଣବୀର କପୁର, ଆଲିଆ ଭଟ୍ଟ, ଚଳଚ୍ଚିତ୍ର ନିର୍ମାତା ରାଜକୁମାର ହିରାନୀ, ମହାବୀର ଜୈନ ଏବଂ ରୋହିତ ଶେଟ୍ଟୀ ଏକାଠି ଆସିଲେ ନଜର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+