ଆଜି ତେଲେଙ୍ଗାନା ଓ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
PM Modi's Visit to Warangal and Bikaner Today: ଆଜି ଅର୍ଥାତ୍ ଶନିବାର ଦିନ ଦୁଇଟି ରାଜ୍ୟ ଗସ୍ତ କରିବେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଲେଙ୍ଗାନା ଏବଂ ରାଜସ୍ଥାନରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି ।
ସୂଚନା ଅନୁସାରେ, ପ୍ରଥମେ ତେଲେଙ୍ଗାନାର ୱାରଙ୍ଗଲା ଜିଲ୍ଲା ଗସ୍ତ କରି ସେଠାରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏକା ସାଧାରଣ ସଭାକୁ ସମ୍ବୋଧନ କରିବା ସହ ନାଗପୁର-ବିଜୟୱାଡା କରିଡର ଏବଂ କରିମନଗର-ୱାରଙ୍ଗାଲ ବିଭାଗର ୪ ଲାଇନ୍ ବିଶିଷ୍ଟ NH563ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି ।

ଏହାପରେ ପ୍ରଧାନମନ୍ତ୍ରୀ ବିକାନେରରେ 24 ହଜାର କୋଟିରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଏନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ରାଜସ୍ଥାନ ବିକାନରରେ ଆଜି ଅନେକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିବାର ସୌଭାଗ୍ୟ ମିଳିବ। ଏଥିମଧ୍ୟରେ ଅମୃତସର-ଜାମନଗର ଗ୍ରୀନଫିଲ୍ଡ ଏକ୍ସପ୍ରେସୱେର ମଧ୍ୟ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ 11,125 କୋଟି ଟଙ୍କା ।
ସେହିପରି ବିକାନେର ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସବୁଜ ଶକ୍ତି କରିଡର ପ୍ରଥମ ପର୍ଯ୍ୟାୟରେ ଆନ୍ତଃରାଜ୍ୟ ଟ୍ରାନ୍ସମିସନ ଲାଇନକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ମୋଦି । ଏହା ସହ ଏକ ସାଧାରଣ ସଭାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।












Click it and Unblock the Notifications