କୁଏତରେ ପ୍ରଧାନମନ୍ତ୍ରୀ: ଆଜି ଗାର୍ଡ ଅଫ୍ ଅନରରେ ସମ୍ମାନିତ ହେବେ ମୋଦି

PM Modi in Kuwait: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଗସ୍ତରେ କୁଏତରେ ଅଛନ୍ତି । ୪୩ ବର୍ଷ ପରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତ କରିଛନ୍ତି । ଗତକାଲି ମୋଦି କୁଏତ ବିମାନବନ୍ଦରରେ ପହଞ୍ଚିବା ପରେ କୁଏତ ପ୍ରିନ୍ସ ଶେଖ ମେଶାଲ ତାଙ୍କୁ ରେଡ୍ କାର୍ପେଟରେ ପାଛୋଟି ନେଇଥିଲେ । ସେହିପରି ଆଜି ଦ୍ଵିତୀୟ ଦିନରେ କୁଏତର ବାୟନ୍ ପ୍ୟାଲେସରେ ମୋଦିଙ୍କୁ ଗାର୍ଡ ଅଫ୍ ଅନରରେ ସମ୍ମାନିତ କରାଯିବ ।

ପ୍ରଧାନମନ୍ତ୍ରୀ ତାଙ୍କର ବିଦେଶ ଗସ୍ତକୁ ଐତିହାସିକ ବୋଲି ବର୍ଣ୍ଣନା କରି କହିଛନ୍ତି, କୁଏତ ସହ ଐତିହାସିକ ସମ୍ପର୍କର ଗଭୀର ଗୁରୁତ୍ୱ ଉପରେ ଭାରତ ଗୁରୁତ୍ୱାରୋପ କରୁଛି। ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି ଯେ ଆଗାମୀ ପିଢି ପାଇଁ ଭାରତ-କୁଏତ ସମ୍ପର୍କର ଜାରି ରହିବ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ-କୁଏତ ଦ୍ୱିପାକ୍ଷିକ ସମ୍ପର୍କ କେବଳ ଶକ୍ତିଶାଳୀ ବାଣିଜ୍ୟ ଏବଂ ଶକ୍ତି ସହଭାଗୀ ନୁହେଁ ଏବଂ ପଶ୍ଚିମ ଏସିଆ ଅଞ୍ଚଳରେ ଶାନ୍ତି, ନିରାପତ୍ତା, ସ୍ଥିରତା ଏବଂ ସମୃଦ୍ଧତା ପାଇଁ ଆମର ସାଧାରଣ ସ୍ୱାର୍ଥ ରହିଛି।

PM Modi in Kuwait

ସେହିପରି ମୋଦି ଭାରତ-କୁଏତ ସମ୍ପର୍କର ଶକ୍ତି ବିଷୟରେ ଉଲ୍ଲେଖ କରିଛନ୍ତି। ଏହା ବ୍ୟତୀତ ସେ ଧ୍ୟାନ ଦିବସ ଏବଂ ଭାରତୀୟ ଆୟୁର୍ବେଦ ପରମ୍ପରା ବିଷୟରେ ଉଲ୍ଲେଖ କରିଥିଲେ । ପିଏମ ମୋଦି କହିଛନ୍ତି ଯେ ଭାରତର ପାରମ୍ପାରିକ ଔଷଧ - ଆୟୁର୍ବେଦ ଏବଂ ଆମର ଆୟୁଷ ଉତ୍ପାଦ ବିଶ୍ୱ କଲ୍ୟାଣକୁ ସମୃଦ୍ଧ କରୁଛି।

ଅନ୍ୟପକ୍ଷରେ ମୋଦି ଅମିର ସେଖ୍ ଓ କ୍ରାଉନ୍ ପ୍ରିନ୍ସଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଉଭୟ ଦେଶ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ କାରବାରକୁ ନେଇ ମଧ୍ୟ ଦ୍ୱିପାକ୍ଷିତ ବୈଠକରେ ଆଲୋଚନା ହେବା ନେଇ ସୂଚନା ରହିଛି । ସେହିପରି ସୁରକ୍ଷା, ପ୍ରତିରକ୍ଷା, ଶକ୍ତି, ହାଇଡ୍ରୋକାର୍ବନ ଏବଂ ବ୍ୟବସାୟିକ ସମ୍ପର୍କ ପରି ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+