ରବିଚନ୍ଦ୍ରନ ଅଶ୍ଵିନୀଙ୍କ ଅବସରକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, କହିଲେ…

Pm Modi Pays Tribute To R.Ashwinee Retirement: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନୀ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବା ସମ୍ପର୍କରେ ଘୋଷଣା କରିବା କ୍ରିକେଟ ପ୍ରଶଂସକମାନଙ୍କୁ ନିରାଶ କରିଛି। କେବଳ ପ୍ରଶଂସକମାନେ ନୁହନ୍ତି, ଅଶ୍ଵିନୀଙ୍କ ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବି ଆଶ୍ଚର୍ଯ୍ୟାନ୍ବିତ କରିଛି।କେବଳ ପ୍ରଶଂସକମାନେ ନୁହନ୍ତି, ଅଶ୍ଵିନୀଙ୍କ ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବି ଆଶ୍ଚର୍ଯ୍ୟାନ୍ବିତ କରିଛି। ଯେଉଁଥିପାଇଁ ପ୍ରଧାନମନ୍ତ୍ର ମୋଦୀ ଅଶ୍ଵିନୀଙ୍କୁ ଚିଠି ଲେଖି ସମବେଦନା ଜଣାଇବା ସହିତ ଭାରତୀୟ କ୍ରିକେଟ ଦଳ ପ୍ରତି ତାଙ୍କ ଅବଦାନକୁ ମନେପକାଇ ଢେର ପ୍ରଶଂସା କରିଛନ୍ତି। ଅଶ୍ଵିନୀ ହଠାତ ଏପରି ନିଷ୍ପତ୍ତି ନେଇ ସମସ୍ତଙ୍କୁ ବୋଲ୍‌ଡ କରିଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି।

PM Modi

ଅଷ୍ଟ୍ରେଲିଆରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ଅଧାରୁ ଅଶ୍ଵିନୀ ଅବସର ଘୋଷଣା କରି ଭାରତ ଫେରିଆସିଥିଲେ। ଅଶ୍ଵିନୀଙ୍କ ଏପରି ଘୋଷଣା ଭାରତୀୟ କ୍ରିକେଟପ୍ରେମୀମାନଙ୍କ ମଧ୍ୟରେ ନିରାଶା ଖେଳାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ବର୍ତ୍ତମାନ କୁଏତ ଗସ୍ତରେ ଯାଇଥିବାବେଳେ ସେ ବି ଅଶ୍ଵିନୀଙ୍କ ଅବସର ସମ୍ପର୍କରେ ଜାଣି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

ମୋଦୀ ଅଶ୍ଵିନୀଙ୍କ ଅନ୍ତଜାତୀୟ କ୍ରିକେଟ କ୍ୟାରିୟରକୁ ପ୍ରଶଂସା କରି ଲେଖିଛନ୍ତି, ୯୯ ନମ୍ବର ଜର୍ସିକୁ ଭାରତୀୟ ଦଳ ସବୁବେଳେ ମିସ୍‌ କରିବ। ଅଶ୍ଵିନୀଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ବୋଲ୍‌ଡ କରିଦେଇଛି। ତେବେ ଭାରତ ପାଇଁ ଅତ୍ୟନ୍ତ ଉତ୍ତମ ପ୍ରଦର୍ଶନ କରିବା ପରେ ଏଭଳି ନିଷ୍ପତ୍ତି ଆପଣଙ୍କ ପାଇଁ ବି କଠିନ ହୋଇଥିବ ନିଶ୍ଚୟ ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+