ବାତିଲ ହେଲା ପ୍ରଧାନମନ୍ତ୍ରୀଙ୍କ ସିକ୍କିମ ଗସ୍ତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସିକ୍କିମ୍ ଗସ୍ତ ବାତିଲ ହୋଇଛି। ଖରାପ ପାଗ ଯୋଗୁ ଗସ୍ତ ବାତିଲ କରାଯାଇଛି। ଫଳରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ସିଲିଗୁଡ଼ିର ବାଗଡୋଗରା ବିମାନବନ୍ଦରରୁ ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିକ୍କିମର ରାଜଧାନୀ ଗ୍ୟାଙ୍ଗଟକ୍ ଯିବାର ଥିଲା।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଗ୍ୟାଙ୍ଗଟକର ପାଲଜୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। ସିକ୍କିମର ଭାରତରେ ବିଲୟ ହେବାର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଏବେ ଆଉ ସାମିଲ ହେବେ ନାହିଁ। ଖରାପ ପାଗ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ସିକ୍କିମ ଗସ୍ତ ବାତିଲ କରାଯାଇଛି।












Click it and Unblock the Notifications