Jammu and Kashmir Assembly Election : ଶେଷ ପର୍ଯ୍ୟାୟ ପ୍ରଚାର ପାଇଁ ୨୮ରେ ଜମ୍ମୁ ଗସ୍ତ କରିବେ ମୋଦି
ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନର ତୃତୀୟ ତଥା ଶେଷ ପର୍ଯ୍ୟାୟ ପାଇଁ ରାଜନୈତିକ ମାହୋଲ ବେସ୍ ସରଗରମ ରହିଛି । ଆଉ ଶେଷ ପର୍ଯ୍ୟାୟ ପିର୍ବାଚନ ପାଇଁ ମଧ୍ୟ ପ୍ରଚାରକାର୍ଯ୍ୟ ଜୋରସୋରରେ ଚାଲିଛି । ବିଜେପିର ପ୍ରଚାର ଅଭିଯାନ ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଜାମ୍ମୁରେ ପହଞ୍ଚିଛନ୍ତି । ଅମିତ ଶାହା ଜାମ୍ମୁର କଠୁଆ ଏବଂ ଭଧମପୁର ଜିଲ୍ଲାରେ ୪ଟି ଗ୍ୟାଲିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାର ଲାଗି ଜାମ୍ମୁ ଗସ୍ତ କରିବେ ।

ଅନ୍ୟପଟେ ଲୋକସଭାରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଗତକାଲି ଜାମ୍ମୁରେ ଲୋକମାନଙ୍କ ସହ ଆଲୋଚନା କରି କଂଗ୍ରେସ ପାଇଁ ଭୋଟଭିକ୍ଷା କରିଛନ୍ତି । ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁର୍ତ୍ତି ମଧ୍ୟ ଗତକାଲି ଜାମ୍ମୁରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ରୋଡ ଶୋ' କରିଥିଲେ । କେନ୍ଦ୍ରଶାସିତ ପ୍ରଦେଶରେ ଅନ୍ତିମ ଚରଣ ନିର୍ବାଚନ ସମସ୍ତ ରାଜନୈତିକ ଦଳଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଶେଷ ପର୍ଯ୍ୟାୟରେ ଅକ୍ଟୋବର ୧ରେ ୪୦ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ଏଥିରେ ଜାମ୍ମୁର ୨୪ଟି ଏବଂ କାଶ୍ମୀରର ୧୬ଟି ବିଧାନସଭା ଆସନ ରହିଛି ।












Click it and Unblock the Notifications