‘ମନ୍ କି ବାତ୍’ରେ ଭୋକାଲ୍ ଫର୍ ଲୋକାଲର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍'ର ୧୨୫ତମ ଏସିସୋଡରେ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶା ଝିଅ ରଶ୍ମିତା ସାହୁଙ୍କ ସହ କଥା ହେବା ସହିତ ସ୍ୱଦେଶୀ ଉତ୍ପାଦ ଉପଯୋଗ କରିବାକୁ ଅପିଲ୍ କରିଛନ୍ତି । ଏହା ସହିତ ଭୂସ୍ୱର୍ଗରୁ ନେଇ ଦେବଭୂମିରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଦୁଃଖ ପ୍ରକାଶ କରି ପୀଡ଼ିତଙ୍କ ଦୁଃଖ ଆମର ଦୁଃଖ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
'ଦୁଃଖ ଦେଇଛି ପ୍ରାକୃତିକ ବିପର୍ଯ୍ୟୟ'- ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,'' ଏହି ମୌସୁମୀ ଋତୁରେ, ପ୍ରାକୃତିକ ବିପର୍ଯ୍ୟୟ ଦେଶକୁ ପରୀକ୍ଷା କରୁଛି । ଗତ କିଛି ସପ୍ତାହ ମଧ୍ୟରେ, ଆମେ ବନ୍ୟା ଏବଂ ଭୂସ୍ଖଳନର କ୍ଷୟକ୍ଷତି ଦେଖିଛୁ । କେଉଁଠି ଘର ନଷ୍ଟ ହୋଇଯାଇଛି, କେଉଁଠି କ୍ଷେତ ବୁଡ଼ି ଯାଇଛି । ଫସଲ ନଷ୍ଟ ହୋଇଛି । କେଉଁଠି ପାଣିର ଦ୍ରୁତ ପ୍ରବାହରେ ପୋଲ୍ ଭାସି ଯାଇଛି, ରାସ୍ତାଘାଟ ବୁଡ଼ିଛି । ଲୋକଙ୍କ ଜୀବନ ବିପଦରେ ଫସିଛି । ଏହି ଘଟଣାଗୁଡ଼ିକ ପ୍ରତ୍ୟେକ ଭାରତୀୟଙ୍କୁ ଦୁଃଖ ଦେଇଛି । ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରର ଯନ୍ତ୍ରଣା ଆମ ସମସ୍ତଙ୍କର ଯନ୍ତ୍ରଣା । ପୀଡ଼ିତଙ୍କୁ ଦୁଃଖ ଆମର ଦୁଃଖ ।''

'ଗର୍ବରେ କୁହ ଏ ସ୍ୱଦେଶୀ'- ୧୨୫ତମ ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦି ଭୋକାଲ ଫର୍ ଲୋକାଲ୍ ପାଇଁ ଆହ୍ୱାନ ଦେଇଛନ୍ତି । ସ୍ୱଦେଶୀ ଜିନିଷକୁ ବ୍ୟବହାର କରି ଏହାକୁ ଗର୍ବରେ ସ୍ୱଦେଶୀ ବୋଲି କହିବାକୁ ଅପିଲ୍ କରିଛନ୍ତି । ଏହି ଭାବନାକୁ ନେଇ ଆଗକୁ ବଢିବାକୁ ହେବ । ଗୋଟିଏ ହି ମନ୍ତ୍ର ଭୋକଲ୍ ଫର୍ ଲୋକାଲ, ଗୋଟିଏ ରସ୍ତା 'ଆତ୍ମନିର୍ଭର ଭାରତ', ଗୋଟିଏ ଲକ୍ଷ୍ୟ 'ବିକଶିତ ଭାରତ' ।
ଓଡ଼ିଆ ଝିଅ ରଶ୍ମିତା ସାହୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ- ୧୨୫ତମ ମନ୍ କି ବାତ୍ରେ ଓଡ଼ିଆ ଝିଅ ରଶ୍ମିତା ସାହୁଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶ୍ରୀନଗରରେ ଆୟୋଜିତ ୱାଟର ସ୍ପୋର୍ଟସରେ ଭାଗ ନେଇଥିବା ରଶ୍ମିତାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ନୌଚାଳନାରେ ଭାଗ ନେଇଥିବା ରଶ୍ମିତାଙ୍କୁ ୨ଟି ସ୍ବର୍ଣ୍ଣ ପଦକ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । କିପରି କ୍ରୀଡ଼ା ଜୀବନ ଆରମ୍ଭ କଲେ, କ'ଣ ସଂଘର୍ଷ ଥିଲା ପଚାରି ବୁଝିଲେ ପିଏମ୍ । ସଂଘର୍ଷ ସତ୍ତ୍ବେ ଖେଳକୁ ନ ଛାଡ଼ି ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୱାଟର ସ୍ପୋର୍ଟସକୁ ଅଧିକ ଲୋକପ୍ରିୟ କରିବାକୁ ଆହ୍ୱାନ ଦେଇଛନ୍ତି । ଜାତୀୟ ଚାମ୍ପିଅନସିପ ଓ ଜାତୀୟ କ୍ରାଡାରେ ରଶ୍ମିତା ୧୩ ସ୍ୱର୍ଣ୍ଣ ପଦକ ସହିତ ୪୧ଟି ପଦକ ଜିତିଛନ୍ତି ।












Click it and Unblock the Notifications