୪୬ ମିନିଟ୍ ପର୍ଯ୍ୟନ୍ତ ପାକିସ୍ତାନ ଉପରେ ବୁଲିଲା ପ୍ରଧାନମନ୍ତ୍ରୀଙ୍କ ବିମାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ, ଏହି ସମୟ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ନେଇ ସୂଚନା ରହିଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ଗସ୍ତରେ ଥିଲେ, ସେଠାରୁ ଫେରିବା ସମୟରେ ତାଙ୍କ ବିମାନ 'ଇଣ୍ଡିଆ 1' ପ୍ୟାରିସ ଯିବା ପାଇଁ ପାକିସ୍ତାନର ଆକାଶ ସୀମା ବ୍ୟବହାର କରିଥିଲା, ହେଲେ ଏହି ସମୟରେ ମୋଦିଙ୍କର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । କାରଣ ପାକିସ୍ତାନ ବର୍ତ୍ତମାନ ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳ ପାଲଟିଛି।

ସୂଚନା ଅନୁସାରେ, ପ୍ୟାରିସ ଯିବା ସମୟରେ ଆଫଗାନିସ୍ତାନ ଆକାଶ ସୀମା ବନ୍ଦ ହୋଇଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନକୁ ଅନୁମତି ନେଇ ପାକିସ୍ତାନ ଅଞ୍ଚଳ ଦେଇ ଉଡ଼ାଣ କରିବାକୁ ପଡିଥିଲା। ହେଲେ ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ ପ୍ରଧାନମନ୍ତ୍ରୀ ପାକିସ୍ତାନୀ ବାୟୁସୀମାରେ ପ୍ରବେଶ କରିବା ପରେ ତାଙ୍କ ସୁରକ୍ଷାର ଦାୟିତ୍ଵ କେହି ନେଇ ଥିଲା ।
ତେବେ ପ୍ରତ୍ୟେକ ଦେଶର ଏକ ପ୍ରୋଟୋକଲ୍ ରହିଛି । ଅନ୍ୟ ଦେଶର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ତାଙ୍କ ସୁରକ୍ଷା ସେହି ଦେଶର ଏଜେନ୍ସିଗୁଡ଼ିକ ଉପରେ ରହିଥାଏ । ଏହି ସମୟରେ ଉଭୟ ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକ ସମ୍ପୂର୍ଣ୍ଣ ସଜାଗ ରହିଥାଏ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଭାରତର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ SPG ଉପରେ ରହିଛି । ଏହା ପଛରେ କମାଣ୍ଡୋ ବାହିନୀ ରହିଛି ଯିଏ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସୁରକ୍ଷା ଯୋଗାଇଥାଏ, ପ୍ରଧାନମନ୍ତ୍ରୀଙ୍କ ଚାରିପାଖରେ SPG କର୍ମଚାରୀମାନେ ନିୟୋଜିତ ରହିଥାନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ପାକିସ୍ତାନର ଶେଖପୁରା, ହାଫିଜାବାଦ, ଚକୱାଲ ଏବଂ କୋହତ ଭଳି ଅଞ୍ଚଳ ଦେଇ ଯାତ୍ରା କରିଥିଲା ଏବଂ ପ୍ରାୟ ୪୬ ମିନିଟ୍ ପର୍ଯ୍ୟନ୍ତ ପାକିସ୍ତାନ ଆକଶ ମଧ୍ୟରେ ରହିଥିଲା । ହେଲେ ଏହି ସମୟରେ କୌଣସି ଅଘଟଣ ଘଟି ନଥିଲା ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାରେ କୌଣସି ପ୍ରକାରର ଅବହେଳା କରାଯାଉ ନାହିଁ ।












Click it and Unblock the Notifications