ସୋନିଆ ଗାନ୍ଧିଙ୍କ ୭୭ ତମ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
Sonia Gandhi's 77th birthday: ଆଜି ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ 77 ତମ ଜନ୍ମଦିନ। ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭକାମନା ଜଣାଇଛନ୍ତି ଏବଂ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଲେଖିଛନ୍ତି, ଶ୍ରୀମତି ସୋନିଆ ଗାନ୍ଧିଜୀଙ୍ତୁ ତାଙ୍କ ଜନ୍ମଦିନରେ ଶୁଭକାମନା । ଭଗବାନ ତାଙ୍କୁ ଏକ ଦୀର୍ଘ ଏବଂ ସୁସ୍ଥ ଜୀବନ ଦିଅନ୍ତୁ ।
ଭାରତୀୟ ରାଜନୀତିର ଅନ୍ୟତମ ପ୍ରମୁଖ ନାମ ସୋନିଆ ଗାନ୍ଧି ଡିସେମ୍ବର 9, 1946ରେ ଇଟାଲୀରେ ଜନ୍ମଗ୍ରହଣ କରିଥିଲେ। ରାଜୀବ ଗାନ୍ଧିଙ୍କୁ ବିବାହ କରିବା ପରେ ତାଙ୍କ ଜୀବନ ଏକ ନୂଆ ମୋଡ଼ ନେଇଥିଲା। ତେବେ ସୋନିଆ ଗାନ୍ଧି ପ୍ରଥମେ ରାଜନୈତିରୁ ରହିଥିଲେ କିନ୍ତୁ ପରେ ସେ ରାଜନୀତିର ଯୋଗ ଦେଇଥିଲେ ।

ସୋନିଆ ଗାନ୍ଧି ଦୀର୍ଘ ସମୟ ଧରି କଂଗ୍ରେସର ସଭାପତି ଥିଲେ। ସ୍ୱାସ୍ଥ୍ୟଗତ କାରଣରୁ ସେ କିଛି ସମୟ ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ। ତେବେ ଏହି ସମୟ ମଧ୍ୟରେ ତାଙ୍କ ପୁଅ ରାହୁଲ ଗାନ୍ଧି ଏବଂ ଝିଅ ପ୍ରିୟଙ୍କା ଗାନ୍ଧି ଦଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଆଜି ତାଙ୍କ ଜନ୍ମଦିନ ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, କେସି ଭେନୁଗୋପାଲ, ଶଶି ଥରୁର ଏବଂ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଧ୍ୟ ପୂର୍ବତନ କଂଗ୍ରେସ ମୁଖ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Happy birthday to someone who embodies the highest virtues of integrity, compassion and courage. She’s a pillar of strength who making great sacrifice has dedicated her life to public service.
She didn’t just lead the Congress party from the front but ushered in revolutionary… pic.twitter.com/D3MCGB9tBi
— Congress (@INCIndia) December 9, 2023
କଂଗ୍ରେସ ସଭାପତି ମଲିକାର୍ଜୁନ ଖଡଗେ ଲେଖିଛନ୍ତି, 'ସୋନିଆ ଗାନ୍ଧି ସର୍ବଜା ସାମାଜର ଦୁର୍ବଳ ଶ୍ରେଣୀଙ୍କ ଉନ୍ନତି ପାଇଁ ଚେଷ୍ଟା କରି ଆସିଛନ୍ତି । ସେହିପରି କେସି ଭେନୁଗୋପାଲ ଲେଖିଛନ୍ତି, ତାଙ୍କ ଜୀବନ ସଫର ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ।
Best wishes to Smt. Sonia Gandhi Ji on her birthday. May she be blessed with a long and healthy life.
— Narendra Modi (@narendramodi) December 9, 2023
ସୂଚନାଥାଉ ଯେ, 1999 ସାଧାରଣ ନିର୍ବାଚନରେ ସେ ଆମେଠି ବେଲାରୀ ଲୋକସଭା ଆସନରୁ ବିଜୟୀ ହୋଇଥିଲେ । ଏହା ପରେ ସେ ରାଏ ବରେଲୀ ଆସନରୁ ବିଜୟୀ ହୋଇଆସୁଛନ୍ତି । 2019 ସାଧାରଣ ନିର୍ବାଚନରେ ମଧ୍ୟ ସେ ସେହି ଆସନରେ ବିଜୟ ଲାଭ କରିଥିଲେ ।
-
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍












Click it and Unblock the Notifications