ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ କି ବାତ୍; ପୂରା ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ୍, ସେନାର ପରାକ୍ରମକୁ ନେଇ ଦେଶ ଗର୍ବିତ
ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ କି ବାତ୍ । ପୂରା ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ୍। ଆଜି ଲୋକଙ୍କ ମନରେ ଆକ୍ରୋଶ ରହିଛି ।
ଆତଙ୍କବାଦ ଶେଷ କରିବା ଭାରତର ସଂକଳ୍ପ । ଅପରେସନ ସିନ୍ଦୂର'ରେ ସେନାର ପରାକ୍ରମକୁ ନେଇ ଦେଶ ଗର୍ବିତ। ଅପରେସନ ସିନ୍ଦୂର' ବଦଳୁଥିବା ଭାରତର ଚିତ୍ର ।
ଅପରେସନ ସିନ୍ଦୂର' ସାହସ ଓ ସଂକଳ୍ପର ପ୍ରତୀକ । ଅପରେସନ ସିନ୍ଦୂର'ରେ ଆତ୍ମନିର୍ଭର ଭାରତର ଝଲକ । ସେନା ଆତଙ୍କବାଦୀଙ୍କ ଠିକଣା ଧ୍ବଂସ କଲା ।

ମୋଦୀ ଆହୁରି କହିଥିଲେ ଯେ, ଅପରେସନ 'ସିନ୍ଦୂର' କେବଳ ଏକ ସୈନ୍ୟ ଅଭିଯାନ ନ ଥିଲା। ଏହା ଆମର ସଙ୍କଳ୍ପ, ସାହସ ଏବଂ ବଦଳୁଥିବା ଭାରତର ଚିତ୍ର। ଏହି ଚିତ୍ର ପୂରା ଦେଶକୁ ଦେଶଭକ୍ତିର ଭାବନାରେ ଭରିଦେଇଛି ଏବଂ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇ ଦେଇଛି। ଆପଣମାନେ ଦେଖିଥିବେ, ଦେଶର ଅନେକ ସହରରେ, ଗାଁରେ ତ୍ରିରଙ୍ଗା ଯାତ୍ରା କରାଯାଇଛି। ହଜାର ହଜାର ଲୋକ ହାତରେ ତ୍ରିରଙ୍ଗା ଧରି ଦେଶର ସେନାକୁ ଅଭିନନ୍ଦନ କରିବାକୁ ବାହାରିଛନ୍ତି। ଅନେକ ସହରରେ ଯୁବକଯୁବତୀମାନେ ନାଗରିକ ପ୍ରତିରକ୍ଷା ସ୍ଵେଚ୍ଛାସେବୀ ହେବା ଲାଗି ଏକଜୁଟ ହୋଇପଡ଼ିଥିଲେ। ଚଣ୍ଡୀଗଡ଼ର ଭିଡିଓ ସମସ୍ତେ ଦେଖିଥିବେ ବୋଲି ମୋଦୀ ଉଦାହରଣ ଦେଇ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, ମନ କୀ ବାତ୍ରେ ଆମେ ଛତିଶଗଡ଼ରେ ହୋଇଥିବା ବସ୍ତର ଅଲିମ୍ପିକ୍ସ ଏବଂ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ବିଜ୍ଞାନ ପରୀକ୍ଷାଗାର ସମ୍ପର୍କରେ ଆଲୋଚନା କରିସାରିଛେ। ଏଠାକାର ପିଲାମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଅହେତୁକ ଦୁର୍ବଳତା ରହିଛି। ସେମାନେ କ୍ରୀଡ଼ାରେ ବି କମାଲ କରୁଛନ୍ତି। ଏଭଳି ଉଦ୍ୟମରୁ ଜଣାପଡ଼ୁଛି ଯେ, ଏହି ଅଞ୍ଚଳରେ ରହୁଥିବା ଲୋକ ଅତ୍ୟନ୍ତ ସାହସୀ। ଏହି ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବା ସତ୍ବେ ନିଜ ଜୀବନକୁ ସୁଧାରିବା ଲାଗି ବାଟ ବାଛିଛନ୍ତି।












Click it and Unblock the Notifications