ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନରେ ତ୍ରୁଟି
PM Modi: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଛି, ଯେଉଁଥି ପାଇଁ ଝାଡଖଣ୍ତରୁ ଦିଲ୍ଲୀ ଫେରିବାରେ ବିଳମ୍ବ ହୋଇଛି । ଆଜି ଝାଡ଼ଖଣ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆଜି ନିର୍ବାଚନ ପ୍ରଚାର ପାଇଁ ଝାଡ଼ଖଣ୍ତ ଗସ୍ତରେ ଯାଇଥିଲେ । ଯେଉଁଥିପାଇଁ ଝାଡ଼ଖଣ୍ତର ଦେଓଘର ବିମାନବନ୍ଦରରେ କିଛି ସମୟ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଅଟକି ରହିଥିଲା । ଆଜି ଆଦିବାସୀ ନେତା ବିସ୍ରା ମୁଣ୍ତାଙ୍କ ଜୟନ୍ତୀରେ ଆୟୋଜିତ ଜନଜାତି ଗୌରବ ଦିବସ ଉପଲକ୍ଷେ ସେ ୨ଟି ଜନସଭାରେ ଯୋଗ ଦେଇଥିଲେ ।
Prime Minister Narendra Modi's aircraft experienced a technical snag due to which the aircraft has to remain at Deoghar airport causing some delay in his return to Delhi. pic.twitter.com/8IKaK6yttz
— ANI (@ANI) November 15, 2024
ସମସ୍ତ କାର୍ଯ୍ୟକ୍ରମ ସାରି ମୋଦି ନୂଆଦିଲ୍ଲୀ ଫେରିବାକୁ ଏୟାରପୋର୍ଟ ଯିବାବେଳେ ତାଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଯାହା ପରେ ବୈଷୟିକ ଟିମ ବିମାନର ତ୍ରୁଟି ସଜାଡ଼ିଥିଲେ । ଅନ୍ୟପଟେ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ନିର୍ବାଚନ ପ୍ରଚାର ପାଇଁ ଝାଡଖଣ୍ତରେ ଗସ୍ତରେ ଯାଇଥିଲେ । ଯେଉଁଠି ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ପକ୍ଷରୁ ଅନୁମତି ନ ମିଳିବାରୁ ତାଙ୍କ ହେଲିକେପ୍ଟରକୁ ପ୍ରାୟ ୪୫ ମିନିଟ୍ ଅଟକା ଯାଇଥିଲା । ତେବେ ଆସନ୍ତା ୨୦ ତାରିଖରେ ଝାଡ଼ଖଣ୍ତରେ ହେବ ୨ୟ ପର୍ଯ୍ୟାୟ ମତଦାନ ।












Click it and Unblock the Notifications