ଆଜି ପିଏମ ମୋଦିଙ୍କ ୨ ଦିନିଆ ସାଉଦି ଆରବ ଗସ୍ତ
PM Modi To Visit Saudi Arabia Today: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୨-୨୩ ରେ ସାଉଦି ଆରବର ଜେଦ୍ଦା ସହର ଗସ୍ତରେ ଯିବେ, ଯେଉଁଠାରେ ସେ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ରଣନୈତିକ ସହଭାଗୀତା ଉପରେ ଆଲୋଚନା କରିବେ। ଏହି ସମୟରେ ରୁଷ-ୟୁକ୍ରେନ ଯୁଦ୍ଧ, ପଶ୍ଚିମ ଏସିଆର ପରିସ୍ଥିତି ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ଉପରେ ଆଲୋଚନା ହୋଇପାରେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୨ ଦିନିଆ ସାଉଦି ଆରବ ଗସ୍ତ କରିବେ। ସାଉଦି ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ନିମନ୍ତ୍ରଣ ପରେ ମୋଦି ଏହି ଗସ୍ତରେ କରୁଛନ୍ତି । ପ୍ରଧାନମନ୍ତ୍ରୀ ୨୨ ଏବଂ ୨୩ ଏପ୍ରିଲରେ ଜେଦ୍ଦା ସହରରେ ରହିବେ। ଭାରତୀୟ ରାଷ୍ଟ୍ରଦୂତ ସୁହେଲ ଏଜାଜ ଖାନ ତାଙ୍କ ସାଉଦି ଆରବ ଗସ୍ତ ବିଷୟରେ ସୂଚନା ଦେଇଥିଲେ।

ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଜେଦ୍ଦା ଆସୁଛନ୍ତି। ଶତାବ୍ଦୀ ଧରି, ଜେଦ୍ଦା ଉମରା ଏବଂ ହଜ୍ ପାଇଁ ଆସୁଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ ଏକ ବନ୍ଦର ହୋଇଆସିଛି। ସେ କହିଛନ୍ତି ଯେ ଉଭୟ ନେତା, ପ୍ରଧାନମନ୍ତ୍ରୀ ମୋଦି ଏବଂ ଯୁବରାଜ, ଏଠାରେ ରଣନୈତିକ ସହଭାଗୀତା ପରିଷଦର ବୈଠକର ଅଧ୍ୟକ୍ଷତା କରିବାକୁ ଯାଉଛନ୍ତି। ଏହି ଗସ୍ତ ସମୟରେ ବହୁ ସଂଖ୍ୟକ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ଆଦାନପ୍ରଦାନ ହେବ।












Click it and Unblock the Notifications