ମହମ୍ମଦ ୟୁନୁସ୍‌ଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି

PM Modi: ଭାରତ ଏବଂ ବାଂଲାଦେଶ ସମ୍ପର୍କରେ ଦୀର୍ଘ ଦିନ ହେବ ତିକ୍ତତା ଲାଗି ରହିଛି । ଏହାରି ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ଏକ ସ୍ୱତନ୍ତ୍ର ଚିଠି ଲେଖିଛନ୍ତି। ଯେଉଁଥିରେ ଐତିହାସିକ ବିଷୟ ଲେଖାଯାଇଥିବା ନେଇ ଚର୍ଚ୍ଚା ହେଉଛି ।

ଏହି ଚିଠିରେ ପ୍ରଧାନମନ୍ତ୍ରୀ ମୋଦି ଇତିହାସ ଉଲ୍ଲେଖ କରିଛନ୍ତି ଏବଂ 1971 ମସିହାର ବାଂଲାଦେଶ ମୁକ୍ତି ଯୁଦ୍ଧର ଅତୁଟ ଆତ୍ମାକୁ ଭାରତ-ବାଂଲାଦେଶ ଦୃଢ଼ ସମ୍ପର୍କର ମୂଳଦୁଆ ଭାବରେ ବର୍ଣ୍ଣନା କରିଛନ୍ତି ଏବଂ ବାଂଲାଦେଶକୁ ଏହାର ପ୍ରତିଷ୍ଠାରେ ଭାରତର ଭୂମିକା ମନେ ପକାଇ ଦେଇଛନ୍ତି।

PM Modi

ପ୍ରଧାନମନ୍ତ୍ରୀ ମୋଦି ଆହୁରି ଲେଖିଛନ୍ତି,ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଆମର ସମାନ ଆକାଂକ୍ଷା ଓ ପରସ୍ପରର ସ୍ୱାର୍ଥ ଏବଂ ଚିନ୍ତା ପ୍ରତି ପାରସ୍ପରିକ ସମ୍ବେଦନଶୀଳତା ଉପରେ ଆଧାରିତ ଏହି ସହଭାଗୀତାକୁ ଆହୁରି ଆଗକୁ ବଢ଼ାଇବା ପାଇଁ ଆମେ ପ୍ରତିବଦ୍ଧ । 5 ଅଗଷ୍ଟ 2025ରେ ବାଂଲାଦେଶରେ ଶେଖ ହାସିନାଙ୍କ ବିଦ୍ରୋହ ପରେ ନୂଆଦିଲ୍ଲୀ ଏବଂ ଢାକା ମଧ୍ୟରେ ସମ୍ପର୍କ ବହୁତ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା ।

ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ରିପୋର୍ଟ ମଧ୍ୟରେ ଭାରତ ବାଂଲାଦେଶ ସହିତ ନିଜର ଚିନ୍ତା ବାଣ୍ଟିଛି। ଢାକା କହିଛି ଯେ ଆକ୍ରମଣଗୁଡ଼ିକ ସାମ୍ପ୍ରଦାୟିକ ନୁହେଁ ବରଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା।

ସେହିପରି ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ବ୍ୟାଙ୍କକରେ ଅନୁଷ୍ଠିତ ହେବାକୁ ଥିବା BIMSTEC ଶିଖର ସମ୍ମିଳନୀ 2025ରେ ମହମ୍ମଦ ୟୁନୁସ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଆୟୋଜନ କରିବାକୁ ଅନୁରୋଧ କରିଥିଲେ । ହେଲେ ଭାରତ ଏପର୍ଯ୍ୟନ୍ତ ବାଂଲାଦେଶର ଏହି ଅନୁରୋଧର କୌଣସି ଉତ୍ତର ଦେଇନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+