ପ୍ରଧାନମନ୍ତ୍ରୀ ମୋଦିଙ୍କ ଋଷ ଗସ୍ତ ବାତିଲ
PM Modi: ପ୍ରଧାନମନ୍ତ୍ରୀ ମୋଦିଙ୍କ ଋଷ ଗସ୍ତ ବାତିଲ କରାଯାଇଛି । ମେ ୯ ତାରିଖ ମସ୍କୋରେ ଭିକ୍ଟ୍ରି ପରେଡରେ ଭାଗ ନେବେ ନାହିଁ ମୋଦି । ଏନେଇ କ୍ରେମଲିନ୍ ମୁଖପାତ୍ର ପେସକୋଭଙ୍କ ପକ୍ଷରୁ ସୂଚନା ଜାର କରାଯାଇଛି ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାର ମାହୋଲ ରହିଛି । ଏପରି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଋଷ ଗସ୍ତକୁ ସ୍ଥଗିତ ରଖାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମସ୍କୋରେ ବିଜୟ ଦିବସ ପରେଡକୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ବର୍ତ୍ତମାନ ସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ। ହେଲେ ଆଉ ଏକ ପ୍ରତିନିଧି ଦଳ ଋଷ ଗସ୍ତରେ ଯିବା ନେଇ ସୂଚନା ରହିଛି ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ବିଶ୍ୱାସ କରାଯାଉଛି। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ନ ଥିଲେ ମଧ୍ୟ, ଏକ ପୃଥକ କୂଟନୈତିକ ପ୍ରତିନିଧିମଣ୍ଡଳୀ ମାଧ୍ୟମରେ ଭାରତକୁ ପ୍ରତିନିଧିତ୍ୱ କରାଯିବ।












Click it and Unblock the Notifications