Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାର ଦୁଇଟି ବନ୍ଦେ ଭାରତ ସମେତ, ୬ଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଆଜି ରବିବାର ଛଅଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇ ଉଦଘାଟନ କରିବେ। ରେଳ ମନ୍ତ୍ରାଳୟ ଶନିବାର ଦିନ ଏକ ବିବୃତ୍ତିରେ କହିଛନ୍ତି ଯେ, ଏହି ନୂଆ ଟ୍ରେନ ସଂଖ୍ୟା ୫୪ ଥିଲା ଯାହା ବର୍ତ୍ତମାନ ୬୦ଟି ହେବ। ଏହି ଟ୍ରେନ ସେଟ ଦୈନିକ ଆଧାରରେ ୧୨୦ ଟ୍ରିପ କରି ୨୪ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୨୮୦ରୁ ଅଧିକ ଜିଲ୍ଲାରେ କଭର କରିବ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ଆଜି ଝାଡଖଣ୍ଡ ଯିବେ ଏବଂ ସକାଳ ୧୦ଟାରେ ଟାଟା ନଗର ଜଙ୍କସନ ରେଲୱେ ଷ୍ଟେସନରେ ଛଅଟି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇ ଉଦଘାଟନ କରିବେ। ବିବୃତ୍ତିରେ କୁହାଯାଇଛି ଯେ, ବନ୍ଦେ ଭାରତ ପୋର୍ଟଫୋଲିୟୋର ବିସ୍ତାର ହେଉଛି, ଯେଉଁଥିରେ ଉତ୍ତମ କନେକ୍ଟିଭିଟୀ ପାଇଁ ନୂଆ ଟ୍ରେନ ସେବାମନ ଯୋଡାଯାଉଛି। ଏଥିରେ ଆଗକୁ କୁହାଯାଇଛି ଯେ, ମେକ ଇନ ଇଣ୍ଡିଆ ପୂର୍ବ ପରି ସ୍ୱଦେଶୀ ଭାବେ ଡିଜାଇନ କରାଯାଇଥିବା ଏହି ଟ୍ରେନ ଅତ୍ୟାଧୁନିକ ସୁବିଧାମାନ ପ୍ରଦାନ କରିଥାଏ, ଯେଉଁଥିରେ ଲକ୍ଷ ଲକ୍ଷ ଯାତ୍ରୀ ଲାଭବାନ ହେଉଛନ୍ତି।

vande bharat train

ଏହି ଛଅଟି ନୂଆ ଟ୍ରେନ ଟାଟା ନଗର-ପାଟଣା, ବ୍ରହ୍ମପୁର ଟାଟା ନଗର, ରାଉରକେଲା-ହାୱଡା, ଦେବଘର-ବାରଣାସୀ, ଭାଗଲପୁର-ହାୱଡା ଏବଂ ଗୟା-ହାୱଡା ମଧ୍ୟରେ ଚାଲିବ। ଆସନ୍ତା ୧୭ ତାରିଖରେ ଗଡ଼ିବ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନର ଶୁଭାରମ୍ଭ କରିବେ। ତେବେ ଏହି ଟ୍ରେନ ଓଡ଼ିଶାର ଖରିଆର ରୋଡ, କଣ୍ଟାବାଞ୍ଜି, ଟିଟିଲାଗଡ଼, କେସିଙ୍ଗା ଓ ରାୟଗଡ଼ାରେ ରଣହି କରି ବିଶାଖାପାଟଣାରେ ପହଞ୍ଚିବ।

ଏହା ପୂର୍ବରୁ ସମ୍ବଲପୁର ଡିଆରଏମ ତୁଷାରକାନ୍ତ ପାଣ୍ଡେ ଟିଟିଲାଗଡ଼ ରେଳ ଷ୍ଟେସନରେ ପହଞ୍ଚି ସମୀକ୍ଷା କରିଛନ୍ତି। ଏହି ଟ୍ରେନ ଗଡ଼ିବା ଦ୍ୱାରା ବିଶେଷ କରି ପଶ୍ଚିମ ଓଡ଼ିଶାର ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ାର ଲୋକେ ସୁବିଧା ପାଇବେ। ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ ଦକ୍ଷିଣ ଓଡ଼ିଶାର ରାୟଗଡ଼ାରେ ରହଣି କରିବ।

ସୂଚନାଯୋଗ୍ୟ, ନିଜ ଜନ୍ମଦିନରେ ଅର୍ଥାତ୍ ଆସନ୍ତା ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ରାଜ୍ୟର ବିଜେପି ସରକାରଙ୍କ 'ସୁଭଦ୍ରା' ଯୋଜନା ସହ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର ୧୦ଲକ୍ଷ ହିତାଧିକାରୀଙ୍କୁ 'ଘର ମଞ୍ଜୁରୀ ପତ୍ର', ୨୬ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବଂଟନ ସହ 'ଆବାସ+ ୨୦୨୪'ର ଆପ୍ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+