ଏଲନ ମସ୍କଙ୍କୁ ଭେଟିବେ ମୋଦି, ଭାରତରେ ଟେସଲା କମ୍ପାନୀ ନିର୍ମାଣ ପାଇଁ ହୋଇପାରେ ଆଲୋଚନା
PM Narendra Modi US Visit: ତିନି ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଜୁନ୍ ୨୧-୨୩ ରୁ ଆମେରିକା ଗସ୍ତରେ ରହିବେ। ନ୍ୟୁୟର୍କର ମିଳିତ ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ ପାଳନ ସହିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଯାତ୍ରା ୨୧ ଜୁନ୍ ସକାଳରୁ ଆରମ୍ଭ ହେବ।
ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ୨୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବେ ବୋଲି ସୂଚନା ମିଳିଛି । ଏଥିମଧ୍ୟରେ ନୋବେଲ ବିଜେତା, ଅର୍ଥନୀତିଜ୍ଞ, କଳାକାର, ବୈଜ୍ଞାନିକ, ଶିକ୍ଷାବିତ, ଉଦ୍ୟୋଗୀ, ଶିକ୍ଷାବିତ୍, ସ୍ୱାସ୍ଥ୍ୟ ବିଶେଷଜ୍ଞ ଇତ୍ୟାଦି ସାମିଲ ଅଛନ୍ତି ।

ଟେସଲା ସହ-ପ୍ରତିଷ୍ଠାତା ଏଲନ୍ ମସ୍କ, ଜ୍ୟୋତିର୍ବିଜ୍ଞାନୀ ନିଲ୍ ଡି ଗ୍ରେସେ ଟାଇସନ୍, ଗ୍ରାମୀ ପୁରସ୍କାର ପ୍ରାପ୍ତ ଭାରତୀୟ-ଆମେରିକୀୟ ଗାୟକ ଫାଲ୍ଗୁନି ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଆମେରିକା ଗସ୍ତ ସମୟରେ ସାକ୍ଷାତ କରିବେ। ଏମାନଙ୍କ ବ୍ୟତୀତ ସେ ପଲ୍ ରୋମର, ନିକୋଲାସ ନାସିମ ତାଲେବ, ରାଇ ଡାଲିଓ, ଜେଫ ସ୍ମିଥ, ମାଇକେଲ ଫ୍ରୋନ ଡାନିଏଲ ରସେଲ, ଏଲବ୍ରିଜ କଲବି ଏବଂ ଡକ୍ଟର ପିଟର ଆଗ୍ରେ, ଡକ୍ଟର ଷ୍ଟିଫେନ କ୍ଲାସ୍କୋ ଏବଂ ଚନ୍ଦ୍ରିକା ଟଣ୍ଡନଙ୍କୁ ମଧ୍ୟ ଭେଟିବେ।
ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ସବୁଠୁ ଚର୍ଚ୍ଚାରେ ରହିଛି ଟ୍ୱିଟରର ସିଇଓ ଏଲମ ମସ୍କଙ୍କ ସହ ସାକ୍ଷାତକାର । ଏହି ସମୟରେ ଉଭୟ ଭାରତରେ ଟେସଲାର କାରଖାନା ନିର୍ମାଣ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି । ସେପଟେ ଏଲନ ମସ୍କ ଟେସଲାକୁ ଭାରତକୁ ଆଣିବା ନେଇ ସଙ୍କେତ ଦେଇସାରିଛନ୍ତି । ତେବେ ଏଥିପାଇଁ ସ୍ଥିତି ଅନୁକୂଳ ହୋଇପାରି ନାହିଁ । ଗତ ବର୍ଷ ତଥାକଥିତ ଭାବେ ଭାରତ କାର ଉପରେ ଲାଗୁଥିବା ଆମଦାନୀ ଶୁଳ୍କ ହ୍ରାସ କରିବା ନେଇ ଟେସଲାର ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଥିଲା । ଭାରତ ଚାହୁଁଛି ଟେସଲା ସ୍ଥାନୀୟ ସ୍ତରରେ ବାହନ ନିର୍ମାଣ କରୁ । ଟେସଲା କିନ୍ତୁ ଚାହୁଁଛି ପ୍ରଥମେ ଭାରତକୁ କାର ଆମଦାନୀ କରି ଏହାର ପରୀକ୍ଷା ନିରୀକ୍ଷା କରିବା ପାଇଁ ।












Click it and Unblock the Notifications