ଆଜି ପ୍ରଥମ 'National Training Conclave'କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି
National Training Conclave: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ପ୍ରଥମ National Training Conclaveର ଉଦଘାଟନ କରିବେ । ସୂଚନା ଅନୁସାରେ, ରବିବାର ସକାଳ 10.30 ସମୟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଗତି ମୈଦାନରେ ପ୍ରଥମ ଜାତୀୟ ତାଲିମ ସମ୍ମିଳନୀର ଉଦଘାଟନ କରିବା ସହ ଲୋକଙ୍କୁ ସମ୍ବୋଧିନ କରିବେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦକ୍ଷତା ବିକାଶ ଆୟୋଗ ଦ୍ୱାରା ଜାତୀୟ ତାଲିମ କନକ୍ଲେଭ ଆୟୋଜିତ ହେଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସିଭିଲ ସର୍ଭିସେସ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା ଯାହା ଦ୍ୱାରା
ସାରା ଦେଶରେ ସରକାରୀ କର୍ମଚାରୀଙ୍କ ପାଇଁ ତାଲିମ ଭିତ୍ତିଭୂମି ଆହୁରି ମଜବୁତ ହୋଇପାରିବ ।

ରାଜ୍ୟ ପ୍ରଶାସନିକ ତାଲିମ ପ୍ରତିଷ୍ଠାନ ଏବଂ ଆଞ୍ଚଳିକ ତାଲିମ ପ୍ରତିଷ୍ଠାନ ଅଂଶଗ୍ରହଣ କରିବେ । ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନର ମୋଟ 1500 ରୁ ଅଧିକ ପ୍ରତିନିଧୀ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଏହି ସମୟରେ ବେସରକାରୀ କ୍ଷେତ୍ରର ବିଶେଷଜ୍ଞମାନେ ମଧ୍ୟ କେନ୍ଦ୍ର, ରାଜ୍ୟ ତଥା ସ୍ଥାନୀୟ ପ୍ରଶାସନ ପାଇଁ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିବେ।












Click it and Unblock the Notifications