G-20 Summit କାର୍ଯ୍ୟକ୍ରମରେ ନିୟୋଜିତ ଥିବା ୩୦୦୦ କର୍ମଚାରୀଙ୍କ ସହ ରାତ୍ର ଭୋଜନ କରିବେ ପ୍ରଧାନମନ୍ତ୍ରୀ

Team G20 Dinner with PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 22 ସେପ୍ଟେମ୍ବର ଶୁକ୍ରବାର ଦିନ ଭାରତ ମଣ୍ଡପମ ଠାରେ ଜି -20 ନିୟୋଜିତ ଥିବା ସମସ୍ତ କର୍ମଚାରୀ ଏବଂ ପୁରା ଟିମ୍ ସହିତ ରାତ୍ର ଭୋଜନ କରିବେ । ଏହି ସମୟରେ ପିଏମ ମୋଦି 'ଟିମ୍ ଜି -20' ସହିତ ଏକ ଇଣ୍ଟରାକ୍ଟିଭ୍ ଅଧିବେଶନ ମଧ୍ୟ କରିବେ, ଯେଉଁଥିରେ ସେ କର୍ମଚାରୀଙ୍କ ସହ କଥାବାର୍ତ୍ତା ହେବେ ଏବଂ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ।

ଏହି ରାତ୍ର ଭୋଜନ ଏବଂ ଇଣ୍ଟରାକ୍ଟିଭ୍ ଅଧିବେଶନରେ ପ୍ରାୟ 3000 ଲୋକ ଯୋଗଦେବା ନେଇ ସୂଚନା ରହିଛି । ଏହି ଅଧିବେଶନର ଉଦ୍ଦେଶ୍ୟ ହେଉଛି ନିକଟରେ ସମାପ୍ତ ହୋଇଥିବା G20 ଶିଖର ସମ୍ମିଳନୀକୁ ସଫଳ କରିବା ପଛରେ ହାତ ଥିବା ଲୋକଙ୍କୁ ସମ୍ମାନିତ କରିବା ।

 PM Modi

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମନ୍ତ୍ରଣାଳୟର କ୍ଲିନର୍, ଡ୍ରାଇଭର, ୱେଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ମଧ୍ୟ ଯୋଗଦେବେ। ଏହି ତାଲିକାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର 700 କର୍ମଚାରୀ, ଦିଲ୍ଲୀ ପୋଲିସ, ଏସପିଜି, ରାଜଘାଟ, ସିଏସଏଫ, ଆଇଏଏଫ ଏବଂ ଅନ୍ୟାନ୍ୟ ବିଭାଗର 300 କର୍ମଚାରୀ ସାମିଲ ଅଛନ୍ତି ।

G-20 ଶିଖର ସମ୍ମିଳନୀର ପ୍ରତ୍ୟେକ ଦିଗ ସୁରୁଖୁରୁରେ ଚଳାଇବା ପାଇଁ ଏବଂ ସଫଳତା ପାଇଁ ଏହି ବ୍ୟକ୍ତିମାନେ ପରଦା ପଛରେ ନିରନ୍ତର ପରିଶ୍ରମ କରିଥିଲେ । କାର୍ଯ୍ୟକ୍ରମ ସମୟରେ ଏକ ଗ୍ରୁପ୍ ଫଟୋ ମଧ୍ୟ ନିଆଯିବା ନେଇ ଖବର ରହିଛି । ANI ଦେଇଥିବା ସୂଚନା ଅନୁସାରେ, ଦିଲ୍ଲୀ ପୋଲିସର ସ୍ପେଶାଲ୍ ସିପି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ। ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ଅଧିକାରୀମାନେ ମଧ୍ୟ ଆଲୋଚନାରେ ଭାଗ ନେବେ।


ରାତ୍ର ଭୋଜନ କାର୍ଯ୍ୟକ୍ରମରେ ଦିଲ୍ଲୀ ପୋଲିସର କିଛି ଲୋକଙ୍କ ସମେତ ପ୍ରାୟ 250 ଲୋକ ଅଂଶଗ୍ରହଣ କରିବେ। ଏହି ସମସ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନ ଦେବା ପାଇଁ ଇଣ୍ଟରାକ୍ଟିଭ୍ ଅଧିବେଶନ ପରେ ରାତ୍ରୀ ଭୋଜନ କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ।

ଖବର ଅନୁସାରେ, କନଷ୍ଟେବଳ ପଦବୀ ଠାରୁ ଆରମ୍ଭ କରି ବିଭିନ୍ନ ୟୁନିଟ୍ ପ୍ରତିନିଧିତ୍ୱ କରୁଥିବା ଇନ୍ସପେକ୍ଟର ପର୍ଯ୍ୟନ୍ତ ପିଏମ ମୋଦିଙ୍କ ସ୍ୱତନ୍ତ୍ର ରାତ୍ରୀ ଭୋଜନରେ ଯୋଗଦେବେ। ତେବେ ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ଦିଲ୍ଲୀ ପୋଲିସର 300 କନଷ୍ଟେବଳଙ୍କ ସହ ରାତ୍ରୀ ଭୋଜନ କରିଥିଲେ। ଏମାନେ ସେହି 300 ପୋଲିସ୍ ଯିଏକି ଜି -20 କୁ ସଫଳ କରିବାରେ ନିଜ ଅଞ୍ଚଳରେ ଭଲ କାର୍ଯ୍ୟ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+