ମେ ୧୩ରେ ନାମାଙ୍କନ ଭରିବେ ପିଏମ ମୋଦି!

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ପାଇଁ ନାମାଙ୍କନ ତାରିଖ ୭ ରୁ ୧୪ ମଇ ମଧ୍ୟରେ ଚାଲିବ । ସମସ୍ତ ପ୍ରମୁଖ ଦଳ ନାମାଙ୍କନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ସମୟରେ ଭାରତୀୟ ଜନତା ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ ସୁନୀଲ ବନସଲ ବାରାଣାସୀ ଗସ୍ତରେ ଦୁଇ ଦିନିଆ ଆସିଥିଲେ । ଯେଉଁଠାରେ ସେ ବାରାଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମାଙ୍କନ ପ୍ରକ୍ରିୟା ପାଇଁ ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକ କରିଥିଲେ । ବାରାଣାସୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମାଙ୍କନକୁ ଭବ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁନୀଲ ବନସଲ ।

ଉିଳିଥିବା ସୂଚନାନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ' ୧୩ରେ ବନାରସ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନପତ୍ର ଦାଖଲ କରିବେ । ସେହି ଦିନ ପ୍ରଧାନମନ୍ତ୍ରୀ ମୋଦୀ ରୋଡ୍ ଶୋ' କରିବେ ଏବଂ ସେ ବାବା ବିଶ୍ୱନାଥ ଏବଂ ବାବା କାଳ ଭୈରବଙ୍କ ଦର୍ଶନ କରିବେ । ଏହି ସମୟରେ ବିଜେପିର ବହୁ ନେତା ତଥା ଗୃହ ମନ୍ତ୍ରୀ ଅମିତ ଶାହା,

Narendra modi

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ବରିଷ୍ଠ ନେତା ମାନେ ମଧ୍ୟ ଉପସ୍ଥିତ ରହିବେ । ମୋଦୀ ତୃତୀୟ ଥର ପାଇଁ ବାରାଣସୀରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଲଗାତର ୨ ଥର ମୋଦୀ ବାରାଣସୀରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+