MP Election: ମଧ୍ୟପ୍ରଦେଶ ଇନ୍ଦୋରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ
MP Election: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଏକ ରୋଡ୍ ଶୋ ଆୟୋଜନ କରିବାକୁ ଯାଉଛନ୍ତି। 17 ନଭେମ୍ବରରେ ରାଜ୍ୟରେ ମତଦାନ ରହିଛି, ତେଣୁ ଭାରତୀୟ ଜନତା ଦଳ ନିଜ ବିଜୟ ପାଇଁ ସମ୍ପୂର୍ଣ୍ଣ ଶକ୍ତି ଲଗାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଦାୟିତ୍ୱ ଗ୍ରହଣ କରି ମୈଇଦାନରେ ଓହ୍ଲାଇଛନ୍ତି ।
ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ଶୋ ଗଣପତି ଛକରୁ ଆରମ୍ଭ ହୋଇ ରାଜବାଡା ଛକରେ ଶେଷ ହେବ। 2018 ବିଧାନସଭା ନିର୍ବାଚନରେ ବିଜେପି ଇନ୍ଦୋର ସହରାଞ୍ଚଳର 5 ଟି ସିଟ୍ ମଧ୍ୟରୁ 4 ଟି ଜିତିଥିଲା।
ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ମଧ୍ୟ ଆଜି ମଧ୍ୟପ୍ରଦେଶରେ ଏକ ନିର୍ବାଚନୀ ରାଲି କରିବେ। ସେ ରତ୍ଲାମ, ରସେନ୍ ଏବଂ ନରସିଂହପୁରରେ ପ୍ରଚାର କରିବେ। ଜେ.ପି ନଡ୍ଡା ଏହି ସମୟ ମଧ୍ୟରେ ତିନୋଟି ସାଧାରଣ ସଭାକୁ ସମ୍ବୋଧିତ କରିବେ । ଅପରାହ୍ନ 12.35 ରେ ସେ ରତ୍ଲାମର ଆଲଟ୍ ବିଧାନସଭାକୁ, ଅପରାହ୍ନ 2.35 ରେ ରାଇସେନର ଭୋଜପୁର ବିଧାନସଭାର ବରୀ ଏବଂ ଅପରାହ୍ନ 3.45 ସମୟରେ ନରସିଂହପୁର ଜିଲ୍ଲା ଗାଇରୱାରା ବିଧାନସଭାର ଚିଚୋଲିରେ ଏକ ରାଲିକୁ ସମ୍ବୋଧନ କରିବେ ।

ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଆଜି ମଧ୍ୟପ୍ରଦେଶର ମଉଗଞ୍ଜ ଏବଂ ଜବଲପୁର ଜିଲ୍ଲାରେ ସାଧାରଣ ସଭା କରିବେ । ସେ ଦେବତାଲାବ ବିଧାନସଭା ଷ୍ଟାଡିୟମରେ ଏକ ସାଧାରଣ ସଭା କରିବେ। ଅପରାହ୍ନ 4.40 ସମୟରେ ଜବଲପୁର ପଶ୍ଚିମ ବିଧାନସଭାର ଦାଦା ବାଡା ମୈଦାନ ମେଡିକାଲରେ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବେ। ଏହା ପରେ ସେ ଜବଲପୁରରେ ଏକ ରୋଡ୍ ସୋ ମଧ୍ୟ କରିବା ନେଇ ସୂଚନା ରହିଛି ।
ରାଜସ୍ଥାନରେ କଂଗ୍ରେସ୍ ୭ଟି ଗ୍ୟାରେଣ୍ଟି ଲାଗୁ କରିବା ନେଇ ଘୋଷଣା କରିଛି । ଏହାକୁ ଜନସାଧାରଣଙ୍କ ନିକଟକୁ ନେବାକୁ କଂଗ୍ରେସ ପାର୍ଟି 7 ଗ୍ୟାରେଣ୍ଟି ସ୍କିମ୍ ଯାତ୍ରା ଆୟୋଜନ କରୁଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ନିଜେ ଆଜି ସକାଳ 10 ଟାରେ କୋଟା ଡିଭିଜନରୁ ଏହି ଯାତ୍ରା ଆରମ୍ଭ କରିବା ନେଇ ଖବର ରହିଛି ।
ଏହି ଯାତ୍ରାରେ ଯୋଗ ଦେବେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କ ସମେତ ବହୁ ବଡ ନେତା । ଏହି ଯାତ୍ରା ଜୟପୁର, ଯୋଧପୁର, ଉଦୟପୁର, ବିକାନେର, ଭରତପୁର, କୋଟା ଏବଂ ଅଜମେର ବିଭାଗରେ ନିଆଯିବ। ମଲ୍ଲିକାର୍ଜୁନ ଖଡଗେ ଆଜି ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବେ। ସେ ଦିନ 12.30 ରେ ପ୍ରଥମ ରାଲି ଏବଂ ଦ୍ୱିତୀୟ ରାଲିରେ ଦିନ 1.30 ରେ ସମ୍ବୋଧିତ କରିବେ । ସେହିପରି ରାହୁଲ ଗାନ୍ଧି ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବେ। ଅପରାହ୍ନ 5 ଟାରେ ଛତିଶଗଡର ରାୟପୁରରେ ପ୍ରିୟଙ୍କା ଗାନ୍ଧି ଏକ ରୋଡ୍ ଶୋ କରିବେ।












Click it and Unblock the Notifications