ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
ଏଇ ମାସରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ୨୮ ତାରିଖ ପାଖାପାଖି ଆସିବେ କହିଲେ ମନମୋହନ ସାମଲ । ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ପରେ ଚଣ୍ଡିଖୋଲରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଖୁବ୍ ଶୀଘ୍ର ଚୂଡ଼ାନ୍ତ ତାରିଖ ନିର୍ଦ୍ଧାରଣ ହେବ କହିଲେ ମନମୋହନ ।

ଗତ ୩ ତାରିଖରେ ଓଡ଼ିଶା ଆସିଥିଲେ ମୋଦି । ଓଡିଶାବାସୀଙ୍କୁ ମୋଦୀଙ୍କ ବଡ଼ ଉପହାର ଦେଇଥିଲେ । ୬୮ ହଜାର ୧୬୦ କୋଟିର ୧୮ଟି ପ୍ରକଳ୍ପ ଭେଟି ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିଥିଲେ ।
ସମ୍ବଲପୁର ରେଳଷ୍ଟେସନର ନବୀକରଣର ଶୁଭ ଦିଆଯିବା ସହ, ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନକୁ ସୋନପୁର ଆଗକୁ ଲୋକାର୍ପିତ ହେବା ସହ ସୋନପୁରରୁ ପୁରୀକୁ ନୂଆ ଟ୍ରେନ ଚଳାଚଳର ଶୁଭାରମ୍ଭ ହୋଇଛି । ଏନଟିପିସିର ଦୁଇଟି ପ୍ରକଳ୍ପର ଲୋକାର୍ପଣ ସାଙ୍ଗକୁ ବ୍ରାହ୍ମଣୀ ନଦୀରେ ଦୁଇ ଟିକିଆ ପୋଲର ଉଦଘାଟନ, ଝାରସୁଗୁଡ଼ାର ପୁରାତନ ପୋଷ୍ଟ ଅଫିସକୁ ଐତିହ୍ୟ ପ୍ରକଳ୍ପ ଭାବେ ଲୋକାର୍ପଣ କରିଥିଲେ ମୋଦୀ ।
ଓଡ଼ିଶାରେ ଲୋକସଭା ସହ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟର ତିନି ପ୍ରମୁଖ ରାଜନୀତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜର ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି । ନିକଟରେ ଓଡ଼ିଶା ଗସ୍ତରେ ଅସି ମୁଖ୍ୟ ନିର୍ବାଚନ କମିଶନର ମଧ୍ୟ ନିର୍ବାଚନ ପାଇଁ ପୂରା ପ୍ରସ୍ତୁତ ଥିବା କହିଥିଲେ ।
ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜନୀତିକ ଦଳ ନିଜ ପ୍ରସ୍ତୁତିକୁ ଜୋରଦାର କରିବା ଆରମ୍ଭ କରିଛନ୍ତି । ନୂଆ ନେତାଙ୍କୁ ନିଜ ଯୋଡ଼ି ଶକ୍ତି ପ୍ରଦର୍ଶନ କରୁଛନ୍ତି ତ, ଶାସକ ଦଳମାନେ ନିଜ କାମକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି ।












Click it and Unblock the Notifications